ଉପଖଣ୍ଡ ସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ଯଦି ଆପଣ ବାଇକ୍ ଧରି ଘରୁ ବାହାରୁଛନ୍ତି ତେବେ ହେଲମେଟ ପିନ୍ଧିବାକୁ ଭୁଲିବେନି । ଯଦି ସାଙ୍ଗରେ ଅନ୍ୟ କାହାକୁ ବସାଇଛନ୍ତି ତେବେ ତାଙ୍କୁ ମଧ୍ୟ ମୁଣ୍ଡରେ ହେଲମେଟ ଲଗେଇବାକୁ ପଡିବ । ନହେଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ସହ ଜୋରିମାନା କିମ୍ବା ଜେଲ୍ କୁ ଯିବାକୁ ପଡିପାରେ । ଏନେଇ ଆଜି ଅନୁଷ୍ଠିତ ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା ବୈଠକରେ କମିଟିର ସଭ୍ୟମାନେ ଆଲୋଚନା କରିଛନ୍ତି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠିଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବେପାରୁଆ ଗାଡି ଚାଳନା,ମଦ ପିଇ ଗାଡି ଚଳାଇବା, ଟ୍ରାଫିକ୍ ସମସ୍ୟା,ରାସ୍ତାରେ ବେଆଇନ୍ ଭାବେ ବାଲି ଗୋଡି ପକାଇବା ସମେତ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ ଏହି ନିୟମକୁ କଡାକଡି ପାଳନ ନିମନ୍ତେ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ତାହାର ତଦାରଖ କରାଯିବ । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ବିନା ସଙ୍କୋଚରେ ଡାକ୍ତରଖାନାକୁ ପହଂଚାଇବା ନିମନ୍ତେ କୁହାଯାଇଛି । ସେଥି ନିମନ୍ତେ କୌଣସି ବ୍ୟକ୍ତି କିପରି ଅସୁବିଧାର ସମ୍ମୁଖିନ ନ ହେବେ ତାର ବ୍ୟବସ୍ଥା କରାଯିବାକୁ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା । ସଡକ ସୁରକ୍ଷା ନିମନ୍ତେ ବେଆଇନ୍ ରାସ୍ତା ଅବରୋଧକୁ ସମ୍ପୁର୍ଣ୍ଣ ରୁପେ ଉଚ୍ଛେଦ କରିବା ନିମନ୍ତେ ଗୁରୁତ୍ୱାରୋପ କରାଯାଇଛି । ଟ୍ରାଫିକ୍ ଅବରୋଧକୁ ରୋକିବା ସହ ରାସ୍ତା ଗୁଡିକର ମରାମତି ଓ ପୁନଃ ରୁଦ୍ଧାର କରିବା ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଠି ନିର୍ଦ୍ଦେଶ ଦେଇଥିଲେ । ନିୟମ ଠାରୁ ଅଧିକ ଯାତ୍ରୀକୁ ନେଉଥିବା ଯାନବାହାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୦୮ ଓ ୧୦୨ ଆମ୍‌ବୁଲାନ୍ସ ସେବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୁରୀ,ଏମଭିଆଇ ଶିବ ଶଙ୍କର ଚୈାଧୁରୀ,ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠୀ , ଅବକାରୀ ବିଭାଗର ଉପ ଅଧିକ୍ଷକ ଅଭିରାମ ବେହେରା,ସଡକ ସୁରକ୍ଷା କମିଟିର ସଭ୍ୟ ସୟଦ୍ ମୁକ୍ତାର, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ,ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ,କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରା , ସେକ୍ସନ ଅଫିସର୍ ପ୍ରଶାନ୍ତ କୁମାର ଶତପଥି,ବରିଷ୍ଠ ରାଜସ୍ୱ ସହାୟକ ଅଖିଳ କୁମାର ସାବତଙ୍କ ସମେତ ଟ୍ରେକର ଓ ମିନିବସ୍ ସଂଘର କର୍ମକର୍ତ୍ତା ଏବଂ କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ