ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରର ସହର ସନ୍ନିକଟ ମହୁଲଡିହା, ବାଇଦାପୋଷୀ, ରାଣିପାଳ ଏବଂପୁରଣାପାଣି ଗ୍ରାମ ମଧ୍ୟରେ ଜନବସତି ଅଂଚଳ ମଧ୍ୟରେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ମତାମତ ନ ନେଇ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଉଛି ।ଯେଉଁଠାରେ କେନ୍ଦ୍ରିୟ ବିଦ୍ୟାଳୟ, ଆରଟିଓ କାଯ୍ୟାଳୟ, ଅଗ୍ନିଶମ ବିଭାଗ ନିକଟରେ ଅଛି । ସରକାର କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ତାଙ୍କୁ ୫୦୦ଟଙ୍କା ଜୋରିମାନା ଆଦାୟ କରୁଛନ୍ତି । ଅଥଚ ଜନଵସତି ମଧ୍ୟରେ କୋଭିଡ ହସ୍ପିଟାଲ ନିର୍ମାଣ,କୋଭିଡ ହସ୍ପିଟାଲ ହେଲେ କୋଭିଡ ସଂକ୍ରମିତ ରୋଗୀ,ବ୍ୟବହୃତ ଆବଶ୍ୟକୀୟ ରୋଗୀଙ୍କ କୋଭିଡ ପୋଷାକ, ଔଷଧ, ସାମଗ୍ରୀ ଏଠିସେଠି, ପଡିବା ଦ୍ୱାରା କୋଭିଡ ସଂକ୍ରମଣ ବୃଦ୍ଧିପାଇବ ।ତଦସହ ଜନବସତିର ହଜାର ହଜାର ଲୋକେ ସଂକ୍ରମିତ ହେବେ ଏବଂ ମୃତ୍ୟୁମୁଖରେ ପଡିବେ ।ଏହାକୁ ନେଇ ୪ଗ୍ରାମର ସହସ୍ରାଧିକ ଲୋକେ ରାଇରଙ୍ଗପୁରର ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦାଃଙ୍କ ନେତୃତ୍ୱରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ ଦାସଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେମାନେ ଗଣମାଧ୍ୟମକୁ କହିଥିଲେ ଆମେ କୋଭିଡ ହସପିଟାଲକୁ ବିରୋଧ କରୁନାହୁଁ କେବଳ ଜନବସତି ବାହାରକୁ ଏହାକୁ ସ୍ଥାନାନ୍ତର କରନ୍ତୁ । ଯଦି ପ୍ରଶାସନ କିଛି ପଦକ୍ଷେପ ନ ନିଅନ୍ତି ଆଗାମି ଦିନରେ ତିବ୍ର ଆନ୍ଦୋଳନ କରାଯିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କହିଥିଲେ ।