ଉପଜିଲ୍ଲାପାଳଙ୍କ ଅଫିସରେ ମୋ’ ସରକାର କକ୍ଷ ଉଦ୍ଘାଟିତ
ଛତ୍ରପୁର,(ଦେବଦତ୍ତ ମହାରଣା ): ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ମୋ’ ସରକାର କକ୍ଷ ଉଦ୍ଘାଟିତ ହୋଇଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କକ୍ଷକୁ ଉଦ୍ଘାଟନ କରିଥିଲେ । ଜନସାଧାରଣଙ୍କ ମତାମତ ଭିତିରେ ଶାସନ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ କରିବା ଲକ୍ଷ୍ୟରେ ଏହି କକ୍ଷ କାର୍ଯ୍ୟକ୍ଷମ ହୋଇଛି । ଲୋକକୈନ୍ଦ୍ରିକ ଶାସନ ବ୍ୟବସ୍ଥା, ଉନ୍ନତ ମାନର ସେବା, ସରକାରୀ କର୍ମଚାରୀଙ୍କର ଉତ୍ତମ ଆଚରଣ ଏବଂ ନାଗରିକଙ୍କ ମତାମତକୁ ଆଧାରରେ ସୁଶାସନ ବ୍ୟବସ୍ଥା ହୋଇପାରିବ ବୋଲି ଉପଜିଲ୍ଲାପାଳ କହିଥିଲେ । ଆସିଷ୍ଟାଣ୍ଟ କଲେକ୍ଟର ଅଶୋ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରା, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଉଲା ସେଠୀ, ସେକ୍ସନ୍ ଅଫିସର ପ୍ରଶାନ୍ତ କୁମାର ଶତପଥୀ, ବରିଷ୍ଠ ରାଜସ୍ୱ ସହାୟକ ଅଖିଳ କୁମାର ସାବତଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।