ଉପଜିଲ୍ଲାପାଳଙ୍କ ଆଦେଶକୁ ତହସିଲଦାରଙ୍କ ଅବମାନନା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରି ଡେରାବିଶ ତହସିଲଦାର ଏକ ବିବାଦୀୟ ବ୍ୟକ୍ତଗତ ଜମିକୁ ମାପ କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ଡେରାବିଶ ତହସିଲ ଅନ୍ତର୍ଗତ ଛାଞ୍ଚୁୁଣିଆ ଗ୍ରାମର ଖଗେଶ୍ୱର ନାୟକଙ୍କ ଗୁହାଳସିଂହ ମୈାଜାରେ ଥିବା ପ୍ଲଟ ନଂ-୧୪୩୮ ଓ ୧୪୨୮ର ନକ୍ସା ସଂଶୋଧନ ପାଇଁ ରାଜ୍ୟ ଚକବନ୍ଦି କମିଶନରଙ୍କ କୋର୍ଟରେ ମାମଲା ବିଚାରଧିନ ଅଛି । ଅନ୍ୟ ଜଣେ ବ୍ୟକ୍ତି ସେହି ଜମିକୁ କରଗତ କରିନେବା ଉଦେଶ୍ୟରେ ଚଞ୍ଚକତା ପୂର୍ବକ ବିବାଦୀୟ ଜମିକୁ ଚିହ୍ନଟ କରାଇନେଇ ଉଚ୍ଚା ଦରରେ ତାହାକୁ ବିକ୍ରୀ କରିଦେବାକୁ ମସୁଧା କରିଛନ୍ତି । ତେଣୁ ସଂପୃକ୍ତ ଅପରପକ୍ଷ ବ୍ୟକ୍ତି ଜଣଙ୍କ ଡେରାବିଶ ତହସିଲର ସହଯୋଗରେ ସଂପୃକ୍ତ ବିବାଦୀୟ ଜମିକୁ ଚିହ୍ନଟ(ଡିମାରକେଶନ) କରି ମାପ କରାଇନେବାକୁ ପ୍ରଚେଷ୍ଟା କରିବାରୁ ଜମି ମାଲିକ ଖଗେଶ୍ୱର ନାୟକ ତହସିଲଦାରଙ୍କ ନିକଟରେ ଆପତ୍ତି ଅଭିଯୋଗ କରି ସେଠାରେ ବିଫଳ ହେବା ପରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ସେହି ଘଟଣାକୁ ଗମ୍ଭୀରତାର ସହ ନେଇ ସଂପୃକ୍ତ ବିବାଦୀୟ ଜମିର ମାପବନ୍ଦ କରିବାକୁ ଡେରାବିଶ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଡେରାବିଶ ତହସିଲଦାର ଉପଜିଲ୍ଲାପାଳଙ୍କ ସେହି ଆଦେଶକୁ ଅମାନ୍ୟ କରି ରାଜସ୍ୱ ନିରୀକ୍ଷକ, ଅମିିନ ଓ ଅପରପକ୍ଷଙ୍କୁ ନେଇ ସେହି ବିବାଦୀୟ ଜମିକୁ ମାପ କରିବା ବେଳେ ଜମି ମାଲିକ ବିରୋଧ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାକୁ ନେଇ ଜମି ମାଲିକ ଖଗେଶ୍ୱର ନାୟକ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ