ଉପଜିଲ୍ଲାପାଳଙ୍କ କାର୍ଯ୍ୟା ସମ୍ମୁଖରେ ବିଜେପି ପଛୁଆ ବର୍ଗର ବିକ୍ଷୋଭ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଓଡିଶାରେ ପଛୁଆ ବର୍ଗଙ୍କ ସଂଖ୍ୟା ୫୪ ପ୍ରତିଶତ ଅର୍ଥାତ ୨.୫କୋଟି ଲୋକସଂଖ୍ୟା ହୋଇଥିବାବେଳେ ବିଗତ ୫ଟି ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗର ପ୍ରାର୍ଥୀମାନେ ୨୭ପ୍ରତିଶତ ସଂରକ୍ଷଣ ଆଧାରରେ ଲଢୁଥଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ଉଚ୍ଚନ୍ୟାୟଳୟ ଆଳ ଦେଖାଇ ପଛୁଆ ବର୍ଗଙ୍କ ଅଧିକାରକୁ ଅଣଦେଖା କରିବା ନେଇ ପଛୁଆବର୍ଗଙ୍କ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାରେ ବଂଚିତ କରାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବା ଦ୍ୱନ୍ଦ ସୃଷ୍ଟି କରୁଛି । ଏହାକୁ ନେଇ ସାରା ରାଜ୍ୟରେ ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳୁଛି । ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ,ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ଏହାକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ଦ୍ୱ।ରସ୍ଥ ହୋଇଥିବାବେଳେ ଓଡିଶା ସରକାର ଉଦାଶୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଓବିସି ଅଭିଯୋଗ କରିଛନ୍ତି । ସଂରକ୍ଷଣ ଆଧାରରେ ପଛୁଆ ଵର୍ଗର ଉଚିତ ପ୍ରତିନ୍ବଧୀତ୍ୱକୁ ସୁନିଶ୍ଚିତ କରିବା ପରେ ପଞ୍ଚାୟତ ନିର୍ବାଚନ କରିବା ନେଇ ବିକ୍ଷୋଭ କରାଯାଇଥିଲା । ଏଥିରେ ପଶ୍ଚିମ ମୟୂରଭଂଜ ବିଜେପି ଓବିସି ମୋର୍ଚାର ସଭାପତି ଘାଷୀନାଥ ସାହୁ , ସଂପାଦକ ହରିଶ ଚନ୍ଦ୍ର ଗିରି,ବରିଷ୍ଠ ବିଜେପି ନେତା ମନୋଜ ଦାସ, ବିକାଶ ମହାନ୍ତ, ସରୋଜ ମହାନ୍ତ, ବିଜୟ ଲକ୍ଷ୍ମୀ ମହାନ୍ତ, ଅମଦ ମହାନ୍ତ, ବିଜୁ ଗୋପାଲ ଗୋପ, ଆଲୋକ ରଂଜନ ମହାନ୍ତ, ଶଶାଙ୍କ, ଜୟନ୍ତ ମହାପାତ୍ର, ସାମନ୍ତ ଗିରିଙ୍କ ସମେତ ବହୁ ଦଳୀୟ କର୍ମି ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ରାଇଙ୍ଗପୁର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶୁଶାନ୍ତ କୁମାର ବରାଳଙ୍କୁଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଆଗାମି ଦିନରେ ସରକାର ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରକୁ ବିଚାରକୁ ନ ନିଅନ୍ତି ଆନ୍ଦୋଳନ ତିବ୍ରାତ୍ମକ କରାଯିବ ବୋଲି ନେତୃବୃନ୍ଦ ଭାଷଣରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ