ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଯୁବକର ଆତ୍ମହତ୍ୟା ଉଦ୍ୟମ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଆଧାର କାର୍ଡ ହୋଇ ପାରି ନ ଥିବାରୁ ସବୁ ସରକାରୀ ଯୋଜନାରୁ ବଂଚିତ ହୋଇଥିବା ଆଦିବାସୀ ଯୁବକର ଆତ୍ମହତ୍ୟା ଉଦ୍ୟମ ନେଇ ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯେ ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ସ୍ଵର୍ଗତ ଦୁଲାଲ ଚନ୍ଦ୍ର ବାସ୍କେଙ୍କର ପୁଅ ଲକ୍ଷ୍ମୀକାନ୍ତ ବାସ୍କେ ରାଇରଙ୍ଗପୁର ଏକ ଘରୋଇ ହୋଟେଲରେ କାମ କରନ୍ତି । ସେ ଆର୍ଥିକ ଅଭାବ ଓ ପାରିବାରିକ ବୋଝ ନେଇ ଅସୁବିଧାରେ ଗତି କରୁଛନ୍ତି । ତାଙ୍କର ଆଧାର କାର୍ଡ ହୋଇ ପାରୁ ନାହିଁ ।ଯାହାଫଳରେ ସେ ବିପିଏଲ କାର୍ଡ,ରାସନ ଏବଂ ପ୍ରଧାନମନ୍ତ୍ରୀ ଆବସ ପାଇପାରୁ ନାହାନ୍ତି । ସେ ମଧ୍ୟ ଭୂମିହୀନ ଅଟନ୍ତି । ତଦ ସହ ତାଙ୍କ ମା’ଙ୍କୁ ପୋଷ୍ଟାଲ ବିଭାଗରୁ ପେନସନ ମିଳୁ ନା଼ହିଁ । ବିଶେଷ କରି ଆଧାର କାର୍ଡ ହୋଇ ପାରି ନଥିବାରୁ ସେ ଶୁକ୍ରବାର ଦିନ ମାନସିକ ଭାରସାମ୍ୟ ହରାଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ଆମ୍ବଡା ଗଛରେ କପଡାରେ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ଏ ଏସଆଇ ଚିତ୍ତରଂଜନ ବାରିକ, ଚଞ୍ଚଲ ମହାନ୍ତ ଏବଂ ଜ୍ଞାନ ପାତ୍ର ଘଟଣାସ୍ଥଳରେ ଘଟଣାସ୍ଥଳରେ ପହଞ୍ଚଥିଲେ । ପୋଲିସ ଚଞ୍ଚଳ ମହାନ୍ତ ଉପସ୍ଥିତ ବୁଦ୍ଧି ଲଗାଇ ଗଛ ଉପରକୁ ଚଢି କପଡା ଗଣ୍ଠି ଫିଟାଇ ଆଦିବାସୀ ଯୁବକର ଅମୂଲ୍ୟ ଜୀବନକୁ ରକ୍ଷା କରିଥିଲେ । ପରେ ପୋଲିସ ଲକ୍ଷ୍ମୀକାନ୍ତଙ୍କୁ ନେଇ ରାଇରଙ୍ଗପୁର ହସ୍ପିଟାଲରେ ସ୍ୱା ପରୀକ୍ଷା କରାଇ ଥାନାକୁ ନେଇ ପଚରା ଉଚୁରା କରୁଛନ୍ତି । ପୋଲିସର ତବରତ ପଦକ୍ଷେପ ଯୋଗୁଁ ଏକ ଅମୂଲ୍ୟ ଜୀବନ ରକ୍ଷା ପାଇଗଲା । ପୋଲିସର ଏହିସାଧୁ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


