ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଂଚ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ଗତକାଲି ସରିଯାଇଥିବା ବେଳେ ଆଜି ପାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଯାଂଚ କାର୍ଯ୍ୟକ୍ରମ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପଖଣ୍ଡ ସ୍ତରରେ ସମସ୍ତ ଜିଲ୍ଲା ପରିଷଦ ଜୋନ ନିମନ୍ତେ ବିଭିନ୍ନ ଦଳର ୧୦୪ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶନିବାର ଉପଜିଲ୍ଲାପାଳ ନୀଳମାଧବ ଭୋଇ ସମସ୍ତ ପାର୍ଥୀ ମାନଙ୍କ ଉପସ୍ଥିତିରେ ଯାଂଚ କାର୍ଯ୍ୟକ୍ରମ କରିଛନ୍ତି । ସମସ୍ତ ପାର୍ଥୀ ମାନଙ୍କ ପାର୍ଥୀପତ୍ର କାଏମ ଥିବା ଜଣାପଡିଛି । ଆସନ୍ତା କାଲି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପାର୍ଥୀପତ୍ର ପ୍ରତ୍ୟାହାର କରିବା ନିମନ୍ତେ ନିୟମ ରହିଛି । ୨୫ ତାରିଖ ଦିନ ହିଁ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ଗତକାଲି ଶେଷ ଦିନରେ କୋଭିଡ୍ କଟକଣା ମଧ୍ୟରେ ପାର୍ଥୀପତ୍ର ଦାଖଲ କରିଥିଲେ ୬୪ ଜଣ ପାର୍ଥୀ । ଯୁବକ ଠାରୁ ଆରମ୍ଭ କରି ବୟସ୍କ ମାନେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଶିକ୍ଷିତ ଯୁବକ ଯୁବତୀ ମାନେ ମଧ୍ୟ ଅଧିକ ମାତ୍ରାରେ ନିର୍ବାଚନ ରଣାଙ୍ଗନକୁ ଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ