ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଓ ଏବଂ କଚେରୀ ପରିସରରେ ଦୁଇଟି ଶୀତଳ ପାନୀୟ ଜଳ ପ୍ରକଳ୍ପକୁ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ବେହେରାଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଛି । ରାଇରଙ୍ଗପୁର ଉପଖଣ୍ଡ କାର୍ଯ୍ୟାଳୟକୁ ଲାଗି ,ତହସିଲ, ଉପଖଣ୍ଡ ଚିକିତ୍ସାଳୟ, ଟାଉନଥାନା,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,କଚେରୀ,ଆଇଟିଡିଏ,ଯୋଗାଣ ବିଭାଗ,ଆରସିଏମଏସ, ମ୍ୟୁନିସିପାଲଟି କାର୍ଯ୍ୟାଳୟ ଅବସ୍ଥିତ । ତେଣୁ ସାଧାରଣ ଜନତା ସରକାରୀ ଓ ବେସରକାରୀ କାମ ପାଇଁ ଏହି ସ୍ଥାନକୁ ଦୈନନ୍ଦିନ ୩/୪ ହଜାର ଲୋକ କାମକୁ ଆସିଥାନ୍ତି । ବର୍ତମାନ ବୈଶାଖ ମାସ ଖରା ତାତି ଅସହ୍ୟ ହେଲାଣି । ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ । ଜଳ ପାଇଁ ଲୋକେ ସରକାରୀ କର୍ମଚାରୀ, ଓକିଲ,ମହକିଲ , ଦୋକାନୀ ଡହଳ ବିକଳ । ଜଳକ୍ଳ ବି ଷ୍ଟ ଦୂର ପାଇଁ ସଚତନନାଗରିକ ସଂଘ ପକ୍ଷରୁ ଶୀତଳ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କୁ ଲିଖିତ ଦାବି ପ୍ରଦାନ କରାଯାଇଥିଲା । ଜଳକ୍ଳିଷ୍ଟ ଦୂରପାଇ୍ଁ ଗୋରୁମହିଷାଣୀ ଲୌହଖଣି ଲିଜଧାରୀ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ତରଫରୁ ସିଏସଆର ଫଣ୍ଡରୁ ୩ଟିପାନୀୟଜଳପ୍ରକଳ୍ପ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ କମ୍ପାନୀ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ, କଚେରୀ ମଧୁସୂଦନ ଛକରେ ଏବଂ କୋର୍ଟ ପାଖରେ ପ୍ରତିଷ୍ଠା କରାଯାଇଥିଲା । ଉଦଘାଟନ ସମୟରେ ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି ଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଘନଶ୍ୟାମ ମିଶ୍ର ସନ୍ସ ଏଣ୍ଡ ପ୍ରାଇଭେଟ୍ ଲିମିଟେଡର କର୍ମଚାରୀ ଉପସ୍ଥିତ ଥିଲେ । ସୁଶୀତଳ ପିଇବା ପାଣି ପାଇଁ ସମସ୍ତେ ଖୁସ୍ ।