ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାଇକ ଡିକି ଭାଙ୍ଗି ୯.୫ ଲକ୍ଷ ଟଙ୍କା ଲୁଟ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଦିନ ଦ୍ୱିପହର ରେ ବାଇକ ଡିକି ଭାଙ୍ଗି ୯ ଲକ୍ଷ ୫୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ସୂଚନା ଥାଉ କି,ଚାନ୍ଦିପୁର ଥାନା ଅଧୀନ ଶ୍ରୀକୋଣା ଅଞ୍ଚଳର କାର୍ତ୍ତିକ ଚନ୍ଦ୍ର ଦୁଆରୀ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଉପ ନିବନ୍ଧକ କାର୍ଯ୍ୟାଳୟ ରେ ତାଙ୍କର ଏକ ଜମି ବିକ୍ରୀ କରିଥିଲେ।ଜମି ବିକ୍ରି ରୁ ମିଳିଥିବା ଟଙ୍କା ୯ ଲକ୍ଷ ୫୦ ହଜାର ତାଙ୍କର ବାଇକ୍ ହୋଣ୍ଡା ସାଇନ ଡିକି ରେ ରଖି ମହୁରଳ ସହିତ କଥା ହେଇଥିଲେ।ଦୁଇ ରୁ ତିନି ଜଣ ଦୁର୍ବୃତ୍ତ ଆଖି ପିଛୁଳାକେ ବାଇକ୍ ଡିକି ଭାଙ୍ଗି ୯ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ପଲ୍ସର ବାଇକରେ ଫେରାର ହୋଇଯାଇଥିଲେ। ଏ ନେଇ ଶ୍ରୀ ଦୁଆରୀ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି।