ଉପଜିଲ୍ଲାପାଳଙ୍କ ଦୁଇଟି ଠିକଣାରୁ ଜବତ ହୋଇଛି ନଗଦ ୨.୯୧କୋଟି ଟଙ୍କା

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଦୁଇଟି ଠିକଣାରୁ ଏପର୍ଯ୍ୟନ୍ତ ନଗଦ ୨,୯୧,୯୩,୮୦୦ ଟଙ୍କା ଜବତ ହୋଇସାରିଛି। ଭୁବନେଶ୍ବର ଓ ନବରଂଗପୁରରୁ ଜବତ ହୋଇଥିବା ନଗଦ ଟଙ୍କା ମେସିନ ସାହାଯ୍ୟରେ ଗଣତି ପରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏତଦ୍‌ ବ୍ୟତୀତ ଭିଜିଲାନ୍ସ ବିଭାଗ ଶ୍ରୀ ରାଉତଙ୍କ ଏକ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି। ଏହି ଆକାଉଣ୍ଟ ଭୁବନେଶ୍ବରସ୍ଥିତ ଇଣ୍ଡସ୍‌ଇଣ୍ଡ ଶାଖାରୁ ଠାବ ହୋଇଛି। ଏହି ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ ମସିହା ପରଠାରୁ ୨୬ ଲକ୍ଷ ୨୭ ହଜାର ଟଙ୍କା ଜମା ହୋଇଛି। ଶ୍ରୀ ରାଉତଙ୍କ ଭୁବନେଶ୍ବରସ୍ଥିତ ଘରୁ ବ୍ୟାଙ୍କ ସଂପର୍କିତ କାଗଜପତ୍ର, ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ ଆଦି ଜବତ ହୋଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ତଦନ୍ତ ଜାରି ରହିଛି।ଭିଜିଲାନ୍ସ ବିଭାଗର ଅଧିକାରୀମାନେ କୋଟିପତି ଶ୍ରୀ ରାଉତଙ୍କ ଠିକଣାରୁ କୋଟିକୋଟି ଟଙ୍କା ସହିତ ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ ଜବତ ହୋଇଛି। ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା ହୋଇଛି। ତାଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢଉ ହୋଇଛି।ଭୁବନେଶ୍ବର କାନନ ବିହାରରେ ରହିଛି ଦୁଇମହଲା କୋଠା। ଭୁବନେଶ୍ବର ଘରୁ ୬ ପେଟି ଟଙ୍କା ଜବତ ହୋଇଛି। ଏହା ସହ କେତେକ ସୁନା ବିସ୍କୁଟ ବି ଜବତ ହୋଇଛି । ତାଙ୍କ ନବରଙ୍ଗପୁର ସରକାରୀ ବାସଭବନରୁ ୭୭ ଲକ୍ଷ ଓ ରାଜଧାନୀର ଘରୁ ୨ କୋଟି ୨୫ ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ପ୍ରଶାନ୍ତ ତାଙ୍କ ଘରେ ଥିବା ଟଙ୍କା ପେଟିଗୁଡିକୁ ପଡ଼ୋଶୀଙ୍କ ଘରକୁ ଫୋପାଡ଼ି ଦେଇଥିଲେ। ପୂର୍ବରୁ ମଧ୍ୟ ପ୍ରଶାନ୍ତ କୁମାର ରାଉତ ସୁନ୍ଦରଗଡ଼ ବିଶ୍ରାରେ ବିଡିଓ ଥିବାବେଳେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ