ଉପଜିଲ୍ଲାପାଳଙ୍କ ବୁଗୁଡା ତହସିଲ କାର୍ଯ୍ୟାଳୟ ପରିଦର୍ଶନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :   ଭଞ୍ଜନଗର ଉପଜିଲ୍ଲାପାଳ ଅକ୍ଟୋବର ୩୧ ତାରିଖ ଦିନ ବୁଗୁଡା ତହସିଲ କାର୍ଯ୍ୟାଳୟ ପରିଦର୍ଶନ ରେ ଆସି ଲଘୁ ଖଣିଜ ସମ୍ପର୍କର ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ପରେ ତହସିଲଦାରଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଗୁଡା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବୁଗୁଡା ତହସିଲ ଅନ୍ତର୍ଗତ ଲଘୁ ଖଣିଜ ସମ୍ପଦ ପଥର ଖାଦାନ, ମୋରାମ ଖାଦାନ ଓ ବାଲି ଘାଟ ବିଷୟର ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ। କେଉଁ କେଉଁ ସ୍ଥାନରେ ଏହିସବୁ ଲଘୁ ଖଣିଜ ସମ୍ପଦ ରହିଅଛି, ସେଗୁଡିକ ମଧ୍ୟରୁ କେଉଁ ସବୁ ସ୍ଥାନର ଖଣିଜ ସମ୍ପଦ ଗୁତା ହୋଇଅଛି ଓ ଅନ୍ୟ ଗୁଡିକ କାହିଁକି ଗୁତା ହୋଇନାହିଁ ସେହିବିଷୟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ସହ ଆଲୋଚନା କରିଥିଲେ। ଏହି ଯାଞ୍ଚ ଓ ପରିଦର୍ଶନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କୁ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ