ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣୀ

ସୋମବାର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଅଭିଯୋଗ ଶୁଣାଣୀ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ , ଉପଖଣ୍ଡ ଅଭିଯୋଗ ଶୁଣାଣୀର ନୋଡାଲ ଅଫିସର ଶ୍ରୀ ବିନୋଦ କୁମାର ବେହେରା , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୋଟ ୧୩୦ଟି ଅଭିଯୋଗ ଶୁଣାଣୀ ହୋଇଥିବାବେଳେ ସେଥିମଧ୍ୟରୁ ୧୧୦ଟି ବ୍ୟକ୍ତିଗତ ଅଭିଯୋଗ , ୫ଟି ଗ୍ରାମ ଭିତ୍ତିକ ସମସ୍ୟା ଅଭିଯୋଗ ଏବଂ ୧୦୦ଟି ଅଭିଯୋଗକୁ ଶୁଣାଣୀ କରିଥିଲେ । ସେଥିମଧ୍ୟରୁ ତୁରନ୍ତ ୯୯ଟି ଅଭିଯୋଗକୁ ତୁରନ୍ତ ଫଇସଲା କରାଯାଇ ଥିବାବେଳେ ୧୫ ଜଣଙ୍କୁ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ୧୦ହଜାର ୮୦୦ଟଙ୍କା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ