ଉପଜିଲ୍ଲାପାଳ ଅଚାନକ ଛତ୍ରପୁର ମେଡିକାଲ ପରିଦର୍ଶନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଆଜି ଅଚାନକ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟ ର ସମସ୍ତ ୱାର୍ଡ ଏବଂ ସମସ୍ତ ବିଭାଗ ବୁଲି ତନଖୀ ଦେଖିଛନ୍ତି । ଚିକିତ୍ସାଳୟରେ ଥିବା ନୀରାମୟ କେନ୍ଦ୍ର, ଇନଡୋର ଓ ଆଉଡୋର , ରକ୍ତ ପରୀକ୍ଷ କେନ୍ଦ୍ର , ଏକ୍ସ-ରା କୋଠରୀ ବୁଲିଦେଖିବା ସହ ଇନଡୋରରେ ରହିଥିବା ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ନୀୟମିତ ଡାକ୍ତର ଓ କର୍ମଚାରୀ ମାନେ ଆସି ସେବା ଯୋଗାଇ ଦେଉଛନ୍ତି କି ନାହିଁ ଜଣେ ବୟସ୍କ ରୋଗୀ ପଚାରିଥିଲେ । ଏହାସହ ବାହାର ମେଡିସନ କିଣିବାକୁ ଲେଖାହେଉଛି ନା ସରକାରୀ ମେଡିସିନ ମିଳୁଛି ତାହା ମଧ୍ୟ ବୁଝିଥିଲେ । ସେହିପରି ଖାଇବାକୁ କଣ ଦିଆଯାଉଛି ମଧ୍ୟ ଉପଜିଲ୍ଲାପାଳ ରୋଗୀ ମାନଙ୍କୁ ପଚାରିଥିଲେ । ଏହାପରେ ତ୍ରିନାଥ ସୁନ୍ଦରୀ କେବିନ ଓ ରେଡକ୍ରସ ପକ୍ଷରୁ ରୋଗୀ ମାନଙ୍କ ନିମନ୍ତେ ରହିଥିବା ସ୍ୱତନ୍ତ୍ର କେବିନ ଗୁଡିକ ଅବସ୍ଥା ବୁଲି ଦେଖିବା ସହ ସେଠାରେ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିଥିଲେ । ତ୍ରିନାଥ ସୁନ୍ଦରୀ ଗୋଟିଏ କେବିନରେ ଲାଗିଥିବା ଶୀତ ତାପଯନ୍ତ୍ର ଠିକ୍ ଭାବେ ଚାଲୁଛି କି ନାହିଁ ଓ ପାଇଖାନା , ପାଣିର ସୁବିଧା ଅଛି କି ନାହିଁ ତାହା ନିରୀକ୍ଷଣ କରିଥିଲେ । ଚିକିତ୍ସାଳୟ ପରିସରରେ ଥିବା ଔଷଧୀୟକରଣ ବଗିଛା ଦେଖିଥିଲେ । ଚକିତ୍ସାଳୟରେ ଚାଲିଥିବା କାର୍ଯ୍ୟଗୁଡିକ କେମିତି ଚାଲିଛି କଣ ସବୁ ବାକି ରହିଛି ବୁଲି ଦେଖିଥିଲେ । ଆମ୍ବୁଲାନ୍ସ ଗୁଡିକ ରହିଥିବା ଗ୍ୟାରେଜ ଦେଖିବା ସହ ଡ୍ରାଇଭର ମାନଙ୍କ ସହ ଆଲୋଚନା କରିଥିଲେ । ଚିକିତ୍ସାଳୟ ପରିସରରେ ଥିବା କ୍ୱାର୍ଟର ଏବଂ ଚିକିତ୍ସାଳୟ କୁ ଲାଗି ରହିଥିବା ମେଡିକାଲ କଲୋନୀରେ ରହିଥିବା କ୍ୱାର୍ଟର ଗୁଡିକ ବୁଲିଦେଖିବା ସହ ମେଡିକାଲ କଲୋନୀ ଏବଂ ଚିକିତ୍ସାଳୟ ମଧ୍ୟରେ ସଂଯୋଗ ଥିବା ଡ୍ରେନେଜ୍ ସିଷ୍ଟମ ଦେଖିଥିଲେ । ଏହାପରେ ମେଡିକାଲ ଚାରିପାଖ ସଫା ସୁତରା ଅଛି କି ନାହିଁ ଦେଖିବା ସହ ମେଡିକାଲରେ ଆଉ କଣ ଆବଶ୍ୟକ ରହିଛି କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ପରିଦର୍ଶନରେ ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର, ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ରାଜସ୍ୱ ନିରୀକ୍ଷକ ଏନ.ରବି ପ୍ରଧାନ, ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ଷ୍ଟାପ ନର୍ସ ଗୀତା ବେହେରା ଓ ପ୍ରତିମା ପଣ୍ଡାଙ୍କ ସମେତ ବହୁ ଡାକ୍ତର ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ