ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ନ୍ୟାୟ ପାଇଁ ଧାରଣା

ଭଞ୍ଜନଗର,ସନ୍ତୋଷ କୁମାର ଜେନା: କରୋନା ଭଳି ମହାମାରୀ ସମୟରେ ସରକାର ବରିଷ୍ଠ ନାଗରିକ ମାନଙ୍କୁ ସ୍ୱତନ୍ତ୍ର ଭାବେ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରୁଥିବା ବେଳେ, ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଭଞ୍ଜନଗର ଅଞ୍ଚଳ ରେ ଦେଖିବାକୁ ମିଳିଛି l ନ୍ୟାୟ ପାଇବା ଦାବି ରେ ଭଞ୍ଜନଗର ଥାନା ଅନ୍ତର୍ଗତ ରାଜକୁଣ୍ଡ ଗ୍ରାମର ତ୍ରିଲୋଚନ ପ୍ରଧାନ ଶୁକ୍ରବାର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନା ଅନୁସାରେ ଗତ ଜୁନ ୫ ତାରିଖରେ ତ୍ରିଲୋଚନ ଙ୍କୁ ତାଙ୍କ ଗ୍ରାମର କିଛି ଲୋକ ପୂର୍ବ ଶତ୍ରୁତା ରୁ ମରଣାତ୍ମକ ଆକ୍ରମଣ କରିଥିଲେ। ତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଘଟଣା ର ବହୁ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାଯ୍ୟାନୁଷ୍ଠାନ ନିଆ ଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଏ ନେଇ ତ୍ରିଲୋଚନ ଓ ତାଙ୍କ ପରିବାର ଲୋକେ ଶୁକ୍ରବାର ଉପଜିଲ୍ଲାପାଳଙ୍କୁ ନ୍ୟାୟ ପାଇବା ପାଇଁ ଭେଟିବାକୁ ଆସି ଦାବି ପତ୍ର ଦେବାକୁ ଚାହିଁ ଥିଲେ। କିନ୍ତୁ ଦାବି ପତ୍ର ନ ଦେଇ ପାରିବାରୁ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଶେଷରେ ତାଙ୍କ ଦାବି ପତ୍ରକୁ ଗ୍ରହଣ କରାଯାଇଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତ ମାନଙ୍କୁ ଧରୁ ନଥିବା ରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ସହ ତାଙ୍କ ପରିବାର କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବାକୁ ତ୍ରିଲୋଚନ ନିବେଦନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ