ଉପନଗରପାଳ ଭାବେ ସ୍ୱରୂପ ପରିଜା ଙ୍କ ଦାୟୀତ୍ବ ଗ୍ରହଣ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୂରଭଂଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଂଚଳ ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ପପି ପୃଷ୍ଟି ପ୍ରଥମ ଥର ପାଇଁ ଦାୟିତ୍ଵ ନେବା ପରେ ଆଜି ବିଜେଡି ଦଳର ୬ ନମ୍ୱର ୱାର୍ଡ କାଉନସିଲର ସ୍ୱରୂପ କୁମାର ପରିଜା( କୁନା )ଉପ ନଗରପାଳ ଭାବେ ଦାୟିତ୍ଵ ଭାର ନେଇଛନ୍ତି । ଏହି ଦାୟିତ୍ଵ ଗ୍ରହଣ ସଭାରେ ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ପୃଷ୍ଟି,ଦଳର ସମସ୍ତ ୱାର୍ଡ କାଉନସିଲର,ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି,ନିର୍ବାଚନ ମଣ୍ଡଳୀ ସଂଯୋଜକ ସାମୁଏଲ୍ ନାଏକ,ଯୁବ ନେତା ରୋହିତ ପୃଷ୍ଟି,ବିଦେଶୀ ରାଜ, କାଉନସିଲର ବିଶ୍ୱଜିତ ଚୌଧୁରୀ, ରାନୁପ୍ରିୟା ରଣସିଂ, ରଣଜିତ ଖାଟୁଆ, ନମିତା ଘାଣ୍ଟିଆଳି, ମନରଞ୍ଜନ ରାୟ, ଏସ. କେ ସୁଲେମାନ ଙ୍କ ସମେତ ଦଳର କର୍ମୀ ମାନଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଦେଖିବାକୁ ମିଳିନ ଥିଲା । କେନ୍ଦୁଝର ସଂସଦୀୟ କ୍ଷେତ୍ର ଅଧୀନରେ କରଞ୍ଜିଆ ଯାଉଥିଲେ ମଧ୍ୟ ସାଂସଦଙ୍କୁ ଖବର ଦିଆଯାଇନଥିବାରୁ ରଖାଯାଇଥିବାରୁ ସାଂସଦ ପ୍ରତିନିଧି ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଚଳିତ କାଉନସିଲ କୁ ନେଇ ଅଞ୍ଚଳ ବାସି ବହୁ ଆଶା ରଖିବାବେଳେ ଚଳିତ ନିର୍ବାଚନ ରେ ଦଳକୁ ବିଜୟୀ କରେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି ଓ ରାଜ୍ୟ ସମ୍ପାଦକ ଦିଲୀପ କୁମାର ସାହୁ ମଧ୍ୟରୁ ଦିଲ୍ଲୀପ ସାହୁଙ୍କୁ ଦଳ ଗୁରୁ ଦାୟିତ୍ଵ ଦେଇଥିବା ରାଜନୀତି ସମୀକ୍ଷକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ସେ କରଞ୍ଜିଆ ବିଧାୟିକା ଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହୋଇ କାଉନସିଲକୁ ଦିଗଦର୍ଶନ ଦେବେ ବୋଲି ଦଳର କିଛି ପ୍ରମୁଖ ନେତାଙ୍କ ଠାରୁ ଶୁଣିବାକୁ ମିଳୁଛି । ଆଗାମୀ ସମୟରେ କରଞ୍ଜିଆ କୁ ଏକ ଅଗ୍ରଣୀ ସହର ରେ ପରିଣତ କରି ପ୍ରମୁଖ ସମସ୍ୟା ଗୁଡିକୁ ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଧାୟିକା ଙ୍କ ପ୍ରତିନିଧି, ଅଧ୍ୟ୍ୟକ୍ଷା , ଉପାଧକ୍ଷ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ