ଉପନିର୍ବାଚନ ପାଇଁ ତାଲିମ ଶିବିର.
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଆଗାମୀ 11 ତାରିଖଦିନ ସାନଖେମୁଣ୍ଡି ବ୍ଲକ ଆନ୍ତର୍ଗତ ପାଇକରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପଦବୀ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା ବେଳେ ଅବାଧ ଶାନ୍ତିପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରଶାସନ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି!ପଞ୍ଚାୟତର 18 ଟି ମତଦାନ କେନ୍ଦ୍ରରେ ଭୋଟଦାନ ପ୍ରକ୍ରିୟା ସୁଚାରୁ ସମ୍ପାଦନ ପାଇଁ ବୁଥ ସ୍ଥରୀୟ ପ୍ରିଜାଇଡ଼ିଂ ଅଫିସର ପୋଲିଂ ଅଫିସର ମାନଙ୍କୁ ନେଇ ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିର ରେ ନିର୍ବାଚନଅଧିକାରୀ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଦିଗପହଣ୍ଡି ବିଡ଼ିଓ ହଳଧର ଶବର. ବ୍ଲକ ପଞ୍ଚାୟତ ଅଧିକାରୀ ବୈଜୟନ୍ତି ମୁଣ୍ଡା ଦିଗପହଣ୍ଡି ବ୍ଲକ ପ୍ରଗତିସହାୟକ ଉମେଶ ସେଠୀ ପ୍ରମୁଖ ବୁଥ ସ୍ଥରୀୟ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ ସହ ଭୋଟକେନ୍ଦ୍ର ଗୁଡିକର ପରିପାର୍ଶ୍ଵିକ ଅବସ୍ଥା ପାନୀୟ ଜଳ ବିଦ୍ୟୁତ ସମସ୍ୟା ସହ ନିର୍ବାଚନଆଚରଣ ବିଧି ଓ ଭୋଟର ମାନଙ୍କ ସୁବିଧା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ ।