ଉପର ରେଳ ଲାଇନ୍ , ତଳେ ପାଣି , ଯାତାୟତ ଠପ୍
ଛତ୍ରପୁର,: କେନାଲ ପାଣି ଦ୍ୱାରା ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରିଛି । ଫଳରେ ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ବାଳକୃଷ୍ଣପୁର ଗ୍ରାମକୁ ଯାତାୟତ ଠପ୍ ହୋଇଛି । ବହୁ ଦିନ ହେଲା କେନାଲର ପାଣି ନିଷ୍କାସନ ନ ହୋଇ ରହିଥିବାରୁ ଗ୍ରାମର ଲୋକମାନେ ମୁଖ୍ୟ ରାସ୍ତା ଦେଇ ଯାତାୟତରେ ସମସ୍ୟା ରହୁଛି । ଅନ୍ୟପକ୍ଷରେ ଲୋକମାନେ ରେଳଧାରଣ ଦେଇ ବିପଦ ଅବସ୍ଥାରେ ଗ୍ରାମକୁ ଯିବାକୁ ପଡୁଛି । ଯେଉଁମାନଙ୍କ ଦୁଇଚକିଆ ଯାନବାହାନ ଅଛି ସେମାନେ ରେଳଧାରଣ ଆରପାଖରେ ରଖି ଗ୍ରାମକୁ ରେଳଧାରଣା ପାର କରି ଯାତାୟତ କରୁଛନ୍ତି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ବିଜେପି ନେତା ପ୍ରଶାନ୍ତ କୁମାର କର ଦାବି କରିଛନ୍ତି ।