ଉପାନ୍ତ ଅଞ୍ଚଳରେ କନ୍ଧମାଳ ସାଂସଦ ପହଞ୍ଚି ରଥରେ ଛେରା ପହଁରା କଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପବିତ୍ର ରଥଯାତ୍ରା ରେ ସାମିଲ ହେବା ପାଇଁ ନେତା ମନ୍ତ୍ରୀ ଶ୍ରୀ କ୍ଷେତ୍ର ପୁରୀ କିମ୍ବା ବଡ ସହରରେ ରହି ନିଜକୁ ଲୋକଙ୍କ ଗହଳି ମଧ୍ୟରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସେହି ସବୁ ଠାରୁ ଦୂରେଇ ଯାଇ କନ୍ଧମାଳ ଲୋକସଭା କ୍ଷେତ୍ର ର ଦାରିଙ୍ଗବାଡି ସଦର ମହକୁମାରୁ ୨୦ କିଲୋମିଟର ଦୂର ଗବାଟବାଡି ଭଳି ଏକ ଉପାନ୍ତ ଗାଁ ରେ ପହଞ୍ଚି ଅନୁସୂଚିତ ଜନଜାତି ଙ୍କ ଦ୍ଵାରା ହେଉଥିବା ରଥଯାତ୍ରା ରେ ସାମିଲ ହୋଇଛନ୍ତି ଓ ନିଜକୁ ଧନ୍ୟ ମନେ କରିଛନ୍ତି । ଏଠାରେ ଦୀର୍ଘ ୧୨ ବର୍ଷ ହେବ ଅନୁସୂଚିତ ଜନଜାତି ମାନେ ରଥଯାତ୍ରା ପାଳନ କରି ଆସୁଛନ୍ତି । କିନ୍ତୁ ଚଳିତ ବର୍ଷ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସାମିଲ ହେଉଥିବାରୁ ଅଞ୍ଚଳ ବସି ଖୁସି ବ୍ୟକ୍ତ କରିବା ସହ ସାଂସଦଙ୍କୁ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ରେ ଗାଁ କୁ ପାଛୋଟି ଆଣିଥିଲେ । କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରହୀ ଙ୍କୁ ଚଳିତ ରଥଯାତ୍ରା ର ରାଜା ଭାବେ ମୁକୁଟ ପିନ୍ଧାଇ ପୂଜା ଅର୍ଚନା କରିବା ସହ ଫୁଲ ଚନ୍ଦନ ଦେଇ ରଥକୁ ନେଇଥିଲେ । ରଥ ଉପରେ ତିନି ଠାକୁରଙ୍କୁ ସାଂସଦ ପୂଜା ଅର୍ଚନା କରିବା ସହ ରଥ ଚାରି ପାଖ ଛେରା ପହଁରା ନୀତି କାନ୍ତି ସମାପନ କରିଥିଲେ । ଏହା ପରେ ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ ଦେବା ସହ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତି ପହଞ୍ଚିବା ପାଇଁ ହେବ ପ୍ରୟାସ ଜାରି ରହିବ ବୋଲି କହିଥିଲେ । ସାଂସଦ ଙ୍କ ସମେତ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ,ତହସିଲଦାର ଶରତ ଶବର ,ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର , ଦୀପକ ରାଉତ, ନିରଞ୍ଜନ ପଣ୍ଡା, ଦୁର୍ଗା ମାଧବ ଆଚାର୍ଯ୍ୟ,କମଳେଶ ଭାଇ ,ମଣ୍ଡଳ ସଭାପତି ସନ୍ତୋଷ ସାହୁ ,ହରେନ ସାହୁ ଓ ମିଟୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ