ଉପାନ୍ତ ଗାଁକୁ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ,ପ୍ରଶାସନ ଦ୍ୱାର ମୁହାଁ
ନୂଆପଡା, (ଯୁଗାବ୍ଦ ନ୍ୟୁଜ):ଗାଁ ଲୋକଙ୍କ ଦୁଃଖ ବୁଝିବା ନେଇ ୩ କିଲୋମିଟର ପାଦ ରେ ଚାଲି ଚାଲି ଗଲେ ଜିଲ୍ଲାପାଳ l ଲୋକଙ୍କୁ ଭେଟି ତାଙ୍କ ସମସ୍ୟା ବୁଝିଲେ। ସମାଧାନର ପ୍ରତିଶ୍ରୁତି ଦେଲେ l ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ କୋମନା ବ୍ଲକ ସଦର ପଞ୍ଚାୟତର ଭରୁଆମୁଣ୍ଡା ଗାଁର ବୀରସିଂପଡ଼ା, କୁରେଶରିଆପଡ଼ା , ପହରିଆପଡ଼ାକୁ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ l ଲୋକେ ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ୍ ସମସ୍ୟା, ଭତ୍ତା, ସାଧାରଣ ବଣ୍ଟନ ବ୍ୟବସ୍ଥା, ମନରେଗା ଯୋଜନା ଆଦି ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଥିଲେ l ଲୋକଙ୍କ ସମସ୍ୟା ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ କଥା ଦେଇବିଭାଗୀୟ ଅଧିକରିମନା ଗମନ ପାଇଁ ରାସ୍ତା ଓ ରୋଜଗାର ଯୋଗାଇବା ପାଇଁ ଶୀଘ୍ର ପହରିଆପଡ଼ା ଓ ବୀରସିଂପଡ଼ାରେ ପୋଖରୀ ଖନନ କରା ଯିବ ବୋଲି କହିଛନ୍ତି l ପୁଣି ଜିଲ୍ଲାପାଳ ଚାଲି ଚାଲି ସୀମାନ୍ତ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ଡଙ୍ଗାମରା ଗାଁକୁ ଯାଇ ସେମାନଙ୍କର ସମସ୍ୟା ମଧ୍ୟ ବୁଝିଥିଲେ l ଜିଲ୍ଲାପାଳଙ୍କ ସହ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, କୋମନା ବିଡ଼ିଓ ହିତାଂସୁ ଶେଖର ସାମଲ, ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ହରେକୃଷ୍ଣ ହାଁସଦା, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।