ଉପ କାରଗାରରେ ଥିବା ନୀଳମଣିଙ୍କୁ ଭେଟିଲେ ବିଜେପି ପ୍ରାର୍ଥୀ ଓ ଦଳୀୟ କର୍ମୀ

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ସାଧାରଣ ନିର୍ବାଚନ ସମୟରେ ରେଗିଂ କରୁଥିବା ଅଭିଯୋଗ ଆଧାରରେ ପାଟିତୁଣ୍ଡ ହୋଇ ଇଭିଏମ ମସିନ ଭଙ୍ଗାରୁଜା ହୋଇଥିଲା ଏହି ଘଟଣାରେ ପୋଲିସ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଗିରଫ କରିଥିଲା । ଏହା ସହ ତାଙ୍କର ଦଳୀୟ କର୍ମୀ ଙ୍କ ନାମରେ ଥାନାରେ ମଧ୍ୟ ଏତଲା ହୋଇଥିଲା । ଗିରଫ ଘଟଣା ପରେ ନୀଳମଣି ବିଷୋୟୀ କି.ରେଣ୍ଟି ଗ୍ରାମରେ ଥିବା ଥିବା ବୁଥ ନଂ ୧୨୮ ନଂ ରେ ର‌୍ୟାଗିଂ ହେଉଥିବାରୁ ସେ ସେଠାରେ ପହଞ୍ଚି ର‌୍ୟାଗିଂ କରୁଥିବା ବ୍ୟକ୍ତିଙ୍କୁ ଅଟକାଇବା ସହ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ଇଭିଏମ ମେସିନ ଟି ତଳେ ପଡି ଭାଙ୍ଗିଯାଇଥିଲା । ଏହି ଘଟଣାରେ ପୋଲିସ ବିଜେପି ପ୍ରାର୍ଥୀଙ୍କୁ ଗିରଫ କରିଥିଲା । ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖା ଅନୁସନ୍ଧାନ ନକରି ତାଙ୍କୁ ଗିରଫ କରିଥିବା କଥା ବିଜେପି ତରଫରୁ ଅଭିଯୋଗ ସହ ଦୃଢ ନିନ୍ଦା କରାଯାଇଛି । ସୋରଡା ଉପ କାରଗାରରେ ଥିବା ସମୟରେ ଆସିକା ଲୋକସଭା ପ୍ରାର୍ଥୀନୀ ଅନିତା ଶୁଭ ଦର୍ଶିନୀ, ବିଜେପି ମୁଖ ପାତ୍ର ହିତେଶ ମାହାପାତ୍ର,ଓ ଅନ୍ୟ କେତେକ ଦଳୀୟ କର୍ମୀ ମାନେ ତାଙ୍କୁ ଆଜି ସୋରଡ଼ା ଉପ କାରାଗାର ରେ ଦେଖା ସାକ୍ଷାତ କରିଥିଲେ । ଏହା ସହ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ତିବ୍ର ନିନ୍ଦା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ