ଉପ-କାରାଗାରରେ ରାଜଯୋଗ କର୍ମଶାଳା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଉପ-କାରାଗାରରେ ଅଧ୍ୟକ୍ଷ ଖଗେଶ୍ଵର ସିଂ ଙ୍କ ସଂଯୋଜନାରେ ଅନ୍ତେବାସୀଙ୍କ ପାଇଁ ରାଜଯୋଗ ଅଭ୍ୟାସ କର୍ମଶାଳା ଆୟୋଜିତ ହୋଇଯାଇଛି lଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଉପ-କାରାଗାର ଅନ୍ତେବାସୀ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ରାଜଯୋଗ ଅଭ୍ୟାସ କରାଇବା ସହିତ ଭାଇଦୂଜ ବା ଯମ ଦ୍ଵିତୀୟା ପର୍ବ ଅବସରରେ ସମସ୍ତଙ୍କୁ ଟୀକା ପିନ୍ଧାଇ ଗୁଣର ସାଗର ପରମାତ୍ମା ଶିବ ପିତାଙ୍କ ସ୍ମୃତିରେ ଜୀବନକୁ ଗୁଣବାନ୍ ବନାଇବା ପାଇଁ ସଂକଳ୍ପ କରାଇଥିଲେ lକାର୍ଯ୍ୟକ୍ରମ ପରିଚାଳନାରେ ସବ-ଆସିଷ୍ଟାଣ୍ଟ ଜେଲର ହରି କୃଷ୍ଣ ବେହେରା , ଫାର୍ମାସିଷ୍ଟ ଉମାକାନ୍ତ ସାହୁ,ୱାର୍ଡର ହରି ହର ବେହେରା, ରମେଶ ଚନ୍ଦ୍ର ନାୟକ, ବିରଞ୍ଚି ନାରାୟଣ ସାହୁ,ବିଜୟା ନନ୍ଦ ରାଉତ, ରାଜେଶ କୁମାର ସାହୁ ଓ ସୁବାଷ୍ ଡାକୁଆ,ସୁକାନ୍ତ ନାୟକ, ତିଳୋତ୍ତମା କହଁର, ମଞ୍ଜୁବାଳl ସାହୁ ପ୍ରମୁଖ ସହଯୋଗ କରିଥିଲେ l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ