ଉପ ଜିଲ୍ଲାପାଳଙ୍କ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ ଚିନ୍ତାଜନକ ରହିଛି। ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ଫେରିବା ପରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା ପ୍ରବାସୀଙ୍କ ଚିକିତ୍ସା, ଖାଇବା ଓ ରହିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଙ୍କ ସମେତ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ଯତ୍ନ ନିଆଯାଇଛି।ଏହି କ୍ରମରେ ଗୁରୁବାର ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକର ଗଣ୍ଡଳା ପଞ୍ଚାୟତ ଗସ୍ତରେ ଆସି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ।ସେ ଗଣ୍ଡଳା ସ୍ଥିତ ସରକାରୀ ଗଣେଶ ଵିଦ୍ୟାପୀଠ ରେ ପହଞ୍ଚି ୨ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୩୩ ଜଣ ଅନ୍ତେବାସୀଙ୍କ ଅଭାବ ଅସୁବିଧା ବିଷୟରେ ତଦାରଖ କରିଥିଲେ।ସେମାନଙ୍କୁ ଖାଇବା, ରହିବା ଓ ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ ହେଉଛି ନା ନାହିଁ ଅନ୍ତେବାସୀଙ୍କୁ ପଚାରି ବୁଝିଥିଲେ।ଏହି ସମୟରେ ପିଇଓ ନବୀନ ଚନ୍ଦ୍ର ମହାରଣା, କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା,ପଞ୍ଚାୟତ ଜିଲ୍ଲାପାଳ ପ୍ରତିନିଧି ସୁଧାଂଶୁ ସାହୁ ପ୍ରମୁଖଙ୍କ ସହ ଆଲୋଚନା କରି ପ୍ରବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ