ଉପ ମୁଖ୍ୟମନ୍ତ୍ରୀଙ୍କ ଐତିହ୍ୟ ପଦଯାତ୍ରା ମଙ୍ଗଳା ମନ୍ଦିରର ବିକାଶ ପାଇଁ ଘୋଷଣା କଲେ ୫୦ କୋଟି ଟଙ୍କା

ନିମାପଡ଼ା,(ସନ୍ତୋଷ ଦାଶ): ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁ କଲ୍ୟାଣ ଓ ମହିଳା ଶଶକ୍ତିକରଣ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିମାପଡା ସ୍ଥିତ ପୁର୍ଣ୍ଣେଶ୍ବରୀ ମନ୍ଦିର ରେ ପୂଜାର୍ଚ୍ଚନା ପରେ ପଦଯାତ୍ରାରେ ବାହାରି ପ୍ରଥମେ ନିଜ ବାପଘର ନିଭରଣ ଯାଇଥିଲେ ।ସେଠାରୁ ମନ୍ତ୍ରୀ ଶ୍ରୀମତୀ ପରିଡା ପାରମ୍ପରିକ ବାଦ୍ୟ ସହିତ ଶହ ଶହ କର୍ମୀଙ୍କ ସହିତ ଚାଲି ଚାଲି ବଲରା ଠାରେ ପହଞ୍ଚିବା ପରେ କାକଟପୁର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ରତିକାନ୍ତ ବେହେରା, ରାକେଶ କୁମାର ବିଶ୍ୱାଳ,ଉପେନ୍ଦ୍ର ସୁବୁଦ୍ଧି, କୈଳାଶ ଚନ୍ଦ୍ର ନାୟକ, ମଙ୍ଗଳା ସାମନ୍ତରାୟ, ସୁମିତ୍ରା ଘୋଷ ପ୍ରମୁଖ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ମଙ୍ଗଳା ମନ୍ଦିରକୁ ପାଛୋଟି ଆଣିଥିଲେ । ମଙ୍ଗଳା ମନ୍ଦିର ରେ ପହଞ୍ଚିବା ପରେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା,ବିଡ଼ିଓ ବିଷ୍ଣୁ ଗୋବିନ୍ଦ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ମାନସ ଦୀକ୍ଷିତ ପ୍ରମୁଖ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ମଙ୍ଗଳା ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା ପରେ ମା ମଙ୍ଗଳା ଙ୍କ ମନ୍ଦିର ବିକାଶ ପାଇଁ ପଚାଶ କୋଟି ଟଙ୍କା ଘୋଷଣା କରିଥିଲେ । ଏଥି ସହିତ ପ୍ରାଚୀ, କାଦୁଆ, କୁଶଭଦ୍ରା, ଦେବୀ ନଦୀ ଉପତ୍ୟକା ରେ ଥିବା ପ୍ରାଚୀନ ମଠ, ମନ୍ଦିର ଗୁଡ଼ିକର ରକ୍ଷଣାବେକ୍ଷଣ ସହିତ
ବିଭିନ୍ନ ପୀଠ କୁ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ଏହି ପଦଯାତ୍ରା ର ଉଦ୍ଦେଶ୍ୟ ବୋଲି କହିଥିଲେ। ନିମାପଡା ଛେନା ଝିଲି
ସମ୍ପର୍କ ରେ ବିଶ୍ଵ ସ୍ତର ରେ କିପରି ପ୍ରଚାର ପ୍ରସାର କରାଯିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ଓ ଏହି ଅଞ୍ଚଳ ର ମହିଳା ମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ହାତ ତିଆରି ସାମଗ୍ରୀ ସୁବିଧାରେ ବିକ୍ରୀ ଯେପରି ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ