ଉପ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ କୁ ନେଇ ତେଜୁଚି ଅସନ୍ତୋଷ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି ଅଧୀନ ରେ ପ୍ରାୟ ପଞ୍ଚାୟତ ରେ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ ଚାଲୁ ରହିଛି। ମାତ୍ର ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ, ଗଢିଆଳି ଗ୍ରାମ ପଞ୍ଚାୟତ, କଟ ସାହି ଗ୍ରାମ ପଞ୍ଚାୟତ, ସହିଦ ନଗର ଗ୍ରାମ ଏମିତି ବହୁ ପଞ୍ଚାୟତ ରେ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଅବସ୍ଥା ନ କହିବା ଭଲ ।ବିଶେଷ କରି ଗୋବିନ୍ଦପୁର ପଞ୍ଚାୟତ ର କୋରୂଆ ଠାରେ ନିର୍ମାଣ ହେଉଥିବା ଉପ ସ୍ବାସ୍ଥ୍ୟ କେନ୍ଦ୍ର କଥା ନ କହିବା ଭଲ। ଛାତ ପଡ଼ି ସାରିଥିଲେ ମଧ୍ୟ ଠିକ୍ ଅନୁପାତ ରେ ରଡ ଓ ସିମେଣ୍ଟ ର ବ୍ୟବହାର ହୋଇ ନାହିଁ ବୋଲି ସ୍ଥାନୀୟ ବାସି ଅଭିଯୋଗ କରା ଯାଉଚି। ଆଜକୁ ବହୁ ଦିନ ବିତି ଗଲା ପ୍ରଥମ ମହଲା ହୋଇ ଦ୍ଵିତୀୟମହଲା ଛାତ ପଡ଼ିବାକୁ ବସିଲାଣି ହେଲେ ନା ସେ କଂସ୍ତ୍ରକ୍ସନ୍ ରେ ପାଣି ଦିଆ ଯାଉଚି ନା କାମର ଅଗ୍ରଗତି ହେଉଚି ଇନ୍ଦ୍ର ଦେବ ହିଁ ଭରଷା। ନିମ୍ନ ମାନର ନିର୍ମାଣ କାର୍ଯ୍ୟ କୁ ନେଇ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ସ୍ଥାନୀୟ ଲୋକ କହିବା କଥା ଉପ ସ୍ବାସ୍ଥ୍ୟ କେନ୍ଦ୍ର ର ଅଟକଳ ବଜେଟ ତିରିଶ ଲକ୍ଷ ସତେଇଶ ହଜାର ସାତ ସହ ତେୟାନବେ ଟଙ୍କା ର ବ୍ୟୟ ବରାଦ ରେ ହୋଇଥିବା ପ୍ରକଳ୍ପ ରେ ଏତେ ନିମ୍ନ ମାନର କାର୍ଯ୍ୟ କିପରି ଜନ ସାଧାରଣ ଙ୍କ ହିତରେ ଲାଗିବ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି? ପୁଣି କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ହେତୁ ଉପ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କୁ ନେଇ ସନ୍ଦେହ ସୃଷ୍ଟି ହେଉଚି। ସ୍ଥାନୀୟ ଲୋକ ଙ୍କ ଅଭିଯୋଗ ଅନୁଯାୟୀ ବ୍ୟବହୃତ କଞ୍ଚାମାଲ ଅତି ନିମ୍ନ ମାନର। ଧାମନଗର ପଞ୍ଚାୟତ ସମିତି ର ସମସ୍ତ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆଖି ପକାଇଲେ ଦେଖାଯାଉଛି କି କୌଣସି ଗୋଟିଏ ସ୍ଥାନରେ ମଧ୍ୟ କାର୍ଯ୍ୟ ସନ୍ତୋଷ ଜନକ ନୁହଁ। ଧାମନଗର ର ସମସ୍ତ ବୁଦ୍ଧିଜୀବୀ ଖୁବଶିଘ୍ର ସମସ୍ତ ଉପ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭିଜିଲାନ୍ସ ତଦନ୍ତ କରିବା ସହ ନିର୍ମାଣ ଧିନ ସମସ୍ତ ଉପ ସ୍ବାସ୍ଥ୍ୟ କେନ୍ଦ୍ର ର ମାନ କୁ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ରାଜୀବ ସେଠୀ ଙ୍କ ସହ ଯୋଗାଯୋଗ କରିବା ରୁ ସେ କହିଲେ ଖୁବ୍ ଶୀଘ୍ର ତଦାରଖ କରି ଆବଶ୍ୟକୀୟ ସ୍ଥଳେ ପଦକ୍ଷେପ ଗ୍ରହଣ କରିବେ। କିନ୍ତୁ ଏହି ପ୍ରକଳ୍ପ ରେ ନାହାଁନ୍ତି ସ୍ଥାନୀୟ ବାସି ଖୁସି, ଖୁବ୍ ଶୀଘ୍ର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ବାସି ନିବେଦନ କରିଚନ୍ତି।