ଉମିଦ ସେବା ସଂଗଠନ ପକ୍ଷରୁ ଅସହାୟ ପରିବାରକୁ ସାହାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସ୍ଥିତ ଉମିଦ ସେବା ସଂଗଠନ ପକ୍ଷରୁ ମଞ୍ଜୁରୀରୋଡ ସ୍ଥିତ ଏକ ଅସହାୟ ପରିବାରକୁ ସାହାର୍ଯ୍ୟ ପ୍ରଦାନ କରାଯାଇଛି । ଉକ୍ତ ପରିବାରର ବାପ ମାଆ ଦୁଇଜଣ ଅକାଳରେ ମୃତ୍ୟୁବରଣ କରିଥିବାବେଳେ ପାଞ୍ଚ ଭଉଣୀ ଓ ବୁଢୀ ମାଆକୁ ନେଇ ଉକ୍ତ ସଂସାର ଦୁଃଖରେ କାଳାତିପାତ କରୁଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉମିଦ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସଦସ୍ୟ ମାନେ ମଞ୍ଜୁରୀରୋଡ ଠାରେ ପହଞ୍ଚି ଏହି ପରିବାରକୁ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି । ସେହିଭଳି ତୋଡଙ୍ଗା ପଞ୍ଚାୟତ ବରପଦୀ ଠାରେ ଭିନ୍ନକ୍ଷମ ଅଗ୍ନିବିପନ୍ନ ପବିତ୍ର ମୋହନ ଜେନାଙ୍କୁ ମଧ୍ୟ ସେବା ସଂଗଠନ ସାହାର୍ଯ୍ୟ ପ୍ରଦାନ କରିଥିବା ଜଣାଯାଇଛି । ଉମିଦର ସଦସ୍ୟ ଅକ୍ଷୟ ସାହୁ, ରାଜେଶ ବାରିକ, ରାଜେନ୍ଦ୍ର ଖଣ୍ଡାଇ, ପ୍ରିତସ ରଞ୍ଜନ ନାୟକ, ପ୍ରଣୟ ସାମଲ, ଅଶୋକ ପାତ୍ର, ସୌମ୍ୟରଞ୍ଜନ ଜେନା, ନିରଞ୍ଜନ କୁଅଁର, ଯଦୁମଣୀ ଦାସ,ଅରୁଣ ରାଉତ,ଦିଲ୍ଲୀପ ପୃଷ୍ଟି ପ୍ରମୁଖ ଅସହାୟଙ୍କ ନିକଟରେ ପହଞ୍ଚି ବିଭିନ୍ନ ଦ୍ରବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ