ଉମୀଦ ଫାଉଣ୍ଡେସନ ପକ୍ଷରୁ ‘ଅସହାୟ ର ବନ୍ଧୁ’ ଉନ୍ମୋଚନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଶାରଦା ବିଦ୍ୟା ମନ୍ଦିର ଠାରେ ଉମୀଦ ସ୍ବେଛାସେବୀ ସଂଗଠନ ପକ୍ଷରୁ ଆଜି ଏକ ସାଧାରଣ ସଭା ସହ ପତ୍ରିକା ‘ଅସହାୟ ର ବନ୍ଧୁ’ ଉନ୍ମୋଚନ ଉତ୍ସବ କବି ନଟବର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଶିକ୍ଷାବିତ ପୁରୁଷୋତ୍ତମ ଧଳ, ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ଅଞ୍ଜଳିର ସମ୍ପାଦକ ପ୍ରକାଶ ମହାପାତ୍ର,ଶାରଦା ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାମଲ,ବ୍ରଜ କିଶୋର ମହାନ୍ତି,ମୁରଲୀଧର ଦାସ,ଶୁଭାସିନୀ ନାୟକ,ଦେବେଶ ସାମଲ,ଉଦୟ ଜେନା,ପ୍ରତାପ କୁମାର ସେଠୀ,ବିଜୟଲକ୍ଷ୍ମୀ ପଲେଇ,ମଧୁସ୍ମିତା ପଲେଇ, ଦୀପାରାଣୀ ନାୟକ ପ୍ରମୁଖ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ରାଜେଶ କୁମାର ବାରିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଶିଶୁ ସାହିତ୍ୟିକ ରମାକାନ୍ତ ବେହେରା ଅତିଥି ପରିଚୟ, ଅନୁଷ୍ଠାନର ସଭ୍ୟ ଜଗତ ଜୀବନ ବାରିକ ସ୍ୱାଗତ ଭାଷଣ ଓ ଆକାଶ ଆଦିତ୍ୟ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ପତ୍ରିକାର ସଂଯୋଜକ ଆକାଶ ଆଦିତ୍ୟ ବେହେରାଙ୍କ ଜନ୍ମତିଥି ଅବସରରେ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।