ଉମେରଗ୍ରାମ ରେ ମହାଭାରତ ମହାଯଜ୍ଞ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉମେର ଗ୍ରାମ ଆମ୍ବ ତୋଟା ଠାରେ ମହା ସମାରୋହର ସହ ମହାଭାରତ ମହାଯଜ୍ଞ ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଭୂମି ପୂଜନ କାର୍ଯ୍ୟକ୍ରମ ରେ ସ୍ଵର୍ଗତ ନନ୍ଦୀ କିଶୋର ମୁଣ୍ଡ ଙ୍କ ସୁପୁତ୍ର ହିମାଦ୍ରୀ ମୁଣ୍ଡ ଓ ତାଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ମୁଣ୍ଡ କର୍ତ୍ତା ଦାୟିତ୍ଵ ସମ୍ପାଦନ କରିଥିବା ବେଳେ ବବ୍ରୁବାହାନ ମୁଣ୍ଡ ଓ ହିମାଦ୍ରୀ ନାରାୟଣ ମୁଣ୍ଡ ସହଯୋଗ କରିଥିଲେ। ଭବାନୀ ଶଙ୍କର ପାତ୍ର ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏବଂ ଏହି ପବିତ୍ର ଉତ୍ସବ କୁ ଭାଲୁବୁଟରା ଗ୍ରାମର ଶରତ ଚନ୍ଦ୍ର ମୁଣ୍ଡ ଉଦଘାଟନ କରିଥିଲେ। ଆଗାମୀ ୬.୪. ୨୦୨୩ ରୁ ୬.୫.୨୦୨୩ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ହେବାକୁ ଥିବା ଏହି ମହାଭାରତ ଜ୍ଞାନଯଜ୍ଞ ପରିଚାଳନା ନିମନ୍ତେ ସଭାପତି ଓ ଉପସଭାପତି ଭାବେ ଯଥାକ୍ରମେ ପ୍ରତାପ କିଶୋର ପଣ୍ଡା ଓ ଅମରେଶ ପଣ୍ଡା ରହିଥିବା ବେଳେ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ତୁଷାରକାନ୍ତ ମୁଣ୍ଡ ଦାୟିତ୍ଵ ନିର୍ବାହ କରୁଛନ୍ତି। ଭୂମି ପୂଜନ ଉତ୍ସବ ରେ ଶତାଧିକ ମହିଳା ପୁରୁଷ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଥିବାବେଳେ ଭଜନ ମଣ୍ଡଳୀ ଙ୍କ ଦ୍ଵାରା ଅତ୍ୟନ୍ତ ସୁଲଲିତ କଣ୍ଠରେ ଭଜନ ପରିବେଷଣ ସାଙ୍ଗକୁ ପୂଜା କାର୍ଯ୍ୟକ୍ରମ ପରିବେଶ କୁ ଭକ୍ତି ରସାମୃତ କରିଥିଲା। ସମସ୍ତଙ୍କ ନିମନ୍ତେ ଜଳପାନ ଓ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ