ଉର୍ଜା ଦାରିଦ୍ର‌୍ୟକୁ ଶେଷ କରିବାରେ ମହତ୍ୱପୂର୍ଣ୍ଣ ସଫଳତାହାସଲ କରିଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,– ନୂଆଦିଲ୍ଲୀ ଠାରେ ଗୁରୁବାର ବିଶ୍ୱ ଅର୍ଥନୀତି ଫରୋମ ପକ୍ଷରୁ ଆୟୋଜିତ ଭାରତ ଅର୍ଥନୀତି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପୁନଃ ଶକ୍ତି ସଂଚାର ଦିଗରେ ଭାରତ’ ଉପରେ ନିଜର ଭାବନାକୁ ପରିପ୍ରକାଶ କରିଛନ୍ତି । ଦେଶରେ ଶସ୍ତା, ସୁରକ୍ଷିତ ଓ ସ୍ଥାୟୀ ଉର୍ଜା ସମସ୍ତଙ୍କ ନିକଟରେ ପହାଁଚାଇବା ପାଇଁ କେନ୍ଦ୍ର ସରକାର ଯୋର ଦେଉଥିବା ବେଳେ ବିଗତ ୫ ବର୍ଷରେ ଭାରତ ଅନେକ ନୀତିଗତ ସଂସ୍କାର କାରଣରୁ ଉର୍ଜା ଦାରିଦ୍ର‌୍ୟକୁ ଶେଷ କରିବାରେ ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି । ଉର୍ଜା ବ୍ୟବହାର କରିବା ଦିଗରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଏହା ଦେଶର ଉର୍ଜା ଦାରିଦ୍ର‌୍ୟକୁ ହ୍ରାସ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଦେଶର ସମସ୍ତ ଜନସାଧାରଣଙ୍କ ପାଖରେ ଉର୍ଜା ଉପଲବ୍ଧି, ଉର୍ଜା ଦକ୍ଷତା, ଉର୍ଜା ସ୍ଥିରତା ଏବଂ ଉର୍ଜା ସୁରକ୍ଷା ଭଳି ୪ଟି ସମ୍ଭକୁ ଆବୃତ କରିଛନ୍ତି । ଉର୍ଜା ନ୍ୟାୟ ପ୍ରଦାନ କରିବା ମଧ୍ୟ ମୋଦି ସରକାରଙ୍କ ଉର୍ଜା ଯୋଜନାର ଗୋଟିଏ ମହତ୍ୱପୂର୍ଣ୍ଣ କ୍ଷେତ୍ର । ବିଶେଷ ଭାବରେ ସାଉଦିଆରବର ତୈଳ କମ୍ପାନୀ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଦ୍ୱାରା ବଜାରରେ ସୃଷ୍ଟି ହୋଇଥିବା ତୈଳ ଦର ଓ ମହଜୁଦ୍ ତୈଳର ରପ୍ତାନୀ କ୍ଷେତ୍ରରେ ଅନିୟମିତତା ହେତୁ ଭାରତ ସମେତ ସମସ୍ତ ତୈଳ ଆମଦାନୀକାରୀ ଦେଶ ଗୁଡିକ ସ୍ଥାୟୀ ଓ ଶସ୍ତା ଉର୍ଜାର ସ୍ରୋତକୁ ପ୍ରାଥମିକତା ଦେବା ଉଚିତ ବୋଲି କହିଛନ୍ତି । ଭାରତ ଆଗାମୀ ଦିନରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ରଖିଥିବା ବେଳେ ଏହା ମଧ୍ୟ ଜରୁରୀ ଯେ ଦେଶର ୧.୩ ବିଲିୟନ୍ ଲୋକଙ୍କ ପାଇଁ ଅର୍ଥାତ୍ ଯେଉଁମାନଙ୍କର ମୁଣ୍ଡ ପିଛା ଉର୍ଜା ବ୍ୟବହାର ବିଶ୍ୱ ହାରାହାରି ଠାରୁ କମ୍ ସେମାନଙ୍କ ପାଇଁ ଉର୍ଜାର ଉପଲବ୍ଧି ବଢାଇବାର ଆବଶ୍ୟକତା ରହିଛି । ୨୦୩୫ ସୁଦ୍ଧା ଆମର ଉର୍ଜା ଆବଶ୍ୟକତା ପ୍ରତିବର୍ଷ ୪.୨ ପ୍ରତିଶତ ହାରରେ ବୃଦ୍ଧି ପାଇବାର ଆକଳନ କରାଯାଇଛି । ଭାରତ ଆଗାମୀ ଦିନରେ ଅକ୍ଷୟ ଶକ୍ତିର କ୍ଷମତାକୁ ବଢାଇ ଅଣ-ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ମଧ୍ୟ ବୃଦ୍ଧି କରିପାରିବାର କ୍ଷମତା ରଖିଛି । ଭାରତ ସରକାର ପରିବହନ କ୍ଷେତ୍ରକୁ ବାୟୋଫୁଏଲ ସମେତ ଇ-ମୋବିଲିଟି ମାଧ୍ୟମରେ ସବୁଜସୁନ୍ଦର କରିବା ପାଇଁ ପ୍ରୟାସରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନ୍ୟୁୟର୍କ ଠାରେ ଅନୁଷ୍ଠିତ ଜଳବାୟୁ ପରିବର୍ତନ ସମ୍ମିଳନୀରେ ଏହି କଥା ବର୍ଣ୍ଣନା କରିଥିବା କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ନେବରହୁଡ୍ ପଲିସି ଭାରତ ସମେତ ଅନ୍ୟ ଦକ୍ଷିଣ ଏସିଆ ଦେଶ ସହ ପାରସ୍ପରିକ ଭାବରେ ଲାଭଗତ ଉର୍ଜା ବିକଶିତ କରିବାରେ ସକ୍ଷମ ହୋଇପାରିଛି । ଭାରତନେପାଳ ପେଟ୍ରୋଲିୟମ୍ ଉତ୍ପାଦ ପାଇପଲାଇନ ଆରମ୍ଭ ହେବା ମଧ୍ୟ ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ