ଉର୍ମିଲୋଚନ ପାଠାଗାର ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ନାଉଗାଁ : ଭଟଣା ଗାଁରେ ଥିବା ଉର୍ମିଲୋଚନ ପାଠାଗାରରେ ୭୩ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପାଠାଗାର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ନିରୋଦ ଚରଣ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତକା ଉତୋଳନ କରିଥିଲେ । ପତକା ଉତୋଳନ ପରେ ପାଠାଗାରରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିବା ସହ ଜଗତସିଂହପୁର ଜିଲ୍ଲାର ଅବଦାନ ସ୍ୱାଧୀନତାର ଆନ୍ଦୋଳନର ଅତୁଳନୀୟ ଥିଲା ବୋଲି କହିଥିଲେ । ଦେଶ ମାତୃକାର ସେବାପାଇଁ ପ୍ରତ୍ୟେକ ନାଗରୀକ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଭଟଣା ଉପ୍ରା ବିଦ୍ୟାଳୟର ଶିକ୍ଷକ ସୁବୋଧ କୁମାର ସ୍ୱାଇଁ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନ ସଂପର୍କରେ ଆଲୋକପାତ କରିଥିଲେ । ପାଠାଗାର ସଭାପତି ବିବେକାନନ୍ଦ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ପ୍ରମୋଦ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାର ଉପସଭାପତି ବିଜୟ କୁମାର ଜେନା, ଅଜିତ କୁମାର ସ୍ୱାଇଁ,ଦେବଦର୍ଶି ମୁଦୁଲି, ଚନ୍ଦ୍ରକାନ୍ତ ବିଶ୍ୱାଳ, ଅମୀୟ ରଂଜନ ପୁହାଣ, ଲିଙ୍କନ ସ୍ୱାଇଁ, ଯୁବରାଜ ମହାରଣା, ଚିନ୍ମୟ ବିଶ୍ୱାଳ, ବିଶ୍ୱଜିତ ଜେନା, ପିଙ୍କୁଲ ଲେଙ୍କା, ସୂର୍ଯ୍ୟକାନ୍ତ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ପାଠାଗାର ନିକଟ ରାସ୍ତା ସଫେଇ କରାଯାଇଥିଲା ।