ଉର୍ମିଲୋଚନ ପାଠାଗାର ପକ୍ଷରୁ ଉତ୍କଳ ଦିବସ ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକର ଭଟଣା ଗାଁରେ ଥିବା ଉର୍ମିଲୋଚନ ପାଠାଗାର ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ପାଠାଗାର ପରିସରରେ ପାଳିତ କାର୍ଯ୍ୟକ୍ରମରେ ପାଠାଗାର କୋଷାଧ୍ୟକ୍ଷ ତଥା ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ପରିଡା ଅଧ୍ୟକ୍ଷତା କରିଥିଲେ । ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ମହାପୁରୁଷମାନଙ୍କର ସେ ସ୍ମୃତିଚାରଣ କରି ଓଡିଶା ଭାଷାର ପ୍ରଗତି ପାଇଁ ଆମକୁ ଚିନ୍ତା କରିବାକୁ ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଓଷକଣା ପଂଚାୟତର ପୂବର୍ତନ ନାଏବ ସରପଂଚ ଯୋଗେନ୍ଦ୍ର ବିଶ୍ୱାଳ, ରେଳବାଇ କର୍ମଚାରୀ ବିରୁପାକ୍ଷ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଆଜିର ଦିନର ଗୁରୁତ୍ୱ ସଂର୍ପକରେ ଆଲୋକପାତ କରିଥିଲେ । ଶେଷରେ ପାଠାଗାରର ଯୁବ ସ୍ୱେଛାସେବୀ ସ୍ୱସ୍ତିକ ସୋମେଶ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ପାଠାଗାରର ସଦସ୍ୟ ଲିଙ୍କନ ସ୍ୱାଇଁ, ଚନ୍ଦ୍ରକାନ୍ତ ବିଶ୍ୱାଳ, ସୌମ୍ୟରଂଜନ ମୁଦୁଲି, ଅମୀୟ ରଂଜନ ପୁହାଣ, ଆକାଶ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ