କୁଇକ୍ ହିଲ୍ ର ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦେଲା ନାସକମ୍ ଡାଟା ସୁରକ୍ଷା ପରିଷଦ

ଭାରତରେ ସାଇବର ସୁରକ୍ଷା କ୍ଷେତ୍ରରେ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି କୁଇକ୍ ହିଲ୍ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦିତ କରିଛି । ଏନେଇ ନାସକମ୍ର ଡାଟା ସୁରକ୍ଷା ପରିଷଦ ପକ୍ଷରୁ କୁଇକ୍ ହିଲ୍ କୁ ‘ସାଇବର ସିକ୍ୟୁରିଟି ପ୍ରଡକ୍ଟ ପାଓନିୟର ଇନ୍ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରାଯାଇଛି । ଡିଏସ୍ସିଆଇ ଏକ୍ସଲେନ୍ସ୍ ଆୱାର୍ଡ-୨୦୧୯ ପ୍ରଦାନ ଉତ୍ସବରେ ଏହା ସମ୍ପନ୍ନ ହୋଇଛି । କୁଇକ୍ ହିଲ୍ ବି୨ବି, ବି୨ଜି ଏବଂ ବି୨ସି ସେଗମେଂଟ୍ରେ ନିଜର ଉପସ୍ଥିତି ଜାହିର କରିପାରିଛି । ଏହା ସହିତ ଆଇଟି ସୁରକ୍ଷା ଏବଂ ଡାଟା ସୁରକ୍ଷା ସମାଧାନ ଉପଲବ୍ଧ କରାଇବାରେ କୁଇକ୍ ହିଲ୍ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । କୁଇକ୍ ହିଲ୍ ମାର୍କେଟ୍ ଉପଯୋଗୀ ସାଇବର ସୁରକ୍ଷା ସମାଧାନ ଯୋଗାଇବା ସହିତ ଅସଂଖ୍ୟ ଗ୍ରାହକଙ୍କୁ ଆଡଭାନ୍ସଡ୍ ଥ୍ରେଟ୍ ଏବଂ ସାଇବର ଆକ୍ରମଣରୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ