ଉସ୍ତାଜଗନ୍ନାଥପୁର ରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମ ପଞ୍ଚାୟତ ଅଧୀନ ଉସ୍ତା ଜଗନ୍ନାଥପୁର ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ସେବା, ବୃକ୍ଷ ରୋପଣ, ନାରୀଶଚେତନ ସଭା ଅନୁଷ୍ଠିତ ହୋଇଯାଇଛି | ଓସ୍କାଡ଼ ବ୍ୟାଙ୍କ ର ପୂର୍ବତନ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ଗ୍ରାମବାସୀଙ୍କ ତରଫରୁ ଅନୁଷ୍ଠିତ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବରପୁତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପରେ ମହିଳା ମାନଙ୍କ ତରଫରୁ ଅନୁଷ୍ଠିତ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ପରିସର,ମନ୍ଦିର ପରିସର ସଫେଇ ସହ ଗ୍ରାମ ମୁଖ୍ୟ ରାସ୍ତା ସଫେଇ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ | ସେହିଭଳି ବିଦ୍ୟାଳୟ ପରିଶରରେ ଛାତ୍ର ଛାତ୍ରୀ ବିଦ୍ୟାର୍ଥୀ ଙ୍କୁ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କର ବିଚାରଧାରା କୁ ନେଇ ସଚେତନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ମଧ୍ୟରେ ବୃକ୍ଷ ରୋପଣ କରିଥିଲେ ଆଜିର ଏହି କାର୍ଯ୍ୟକ୍ରମ ରେ ସମିତିସଭ୍ୟ ନୀଳାଞ୍ଚଳ ପ୍ରଧାନ, ଯୁବନେତା ଗୌରୀ ଶଙ୍କର ତ୍ରିପାଠୀ ଏବଂ ସନ୍ତୋଷ ରାଉତ ଙ୍କ ସମେତ ଗ୍ରାମର ବିଭିନ୍ନ ଆତ୍ମଶହାୟିକା ଦଳର ସଦସ୍ୟ ଙ୍କ ସହ ଅଙ୍ଗନବାଡି ଆଶା କର୍ମୀ ଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ରେ ଭାଗନେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ