ଉହାନରେ ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି !

ଉହାନ: କରୋନା ଭାଇରସର ଉପôତ୍ତି ସ୍ଥଳ ଚୀନର ଉହାନ ସହରରେ ଏ ପର୍ଯ୍ୟନ୍ତ ୩୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଯେଉଁ ରିପୋର୍ଟ ଚୀନ ସରକାର ଦେଉଛନ୍ତି ତାହାକୁ ଉହାନର ଅନେକ ସଂସ୍ଥା ଖଣ୍ଡନ କରିଛନ୍ତି । ଉହାନରେ ଅତି କମରେ ୪୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ବିଭିନ୍ନ ସଂଗଠନ ଦାବି କରିଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ହଜାର ହେବେ ବୋଲି ଅନୁମାନ କରିଛନ୍ତି । ପ୍ରଶାସନିକ ଅଧିକାରୀମାନେ ବିଶ୍ୱକୁ ଉହାନ ମୃତ୍ୟୁ ସଂଖ୍ୟା ନେଇ ଭୁଲ ରିପୋର୍ଟ ଦେଉଛନ୍ତି ବୋଲି ନାଗରିକମାନେ ମୁହଁ ଖୋଲିବା ପରେ ଚୀନର ଅଡ଼ୁଆ ବଢ଼ିଯାଇଛି । ରିପୋର୍ଟ ଚାପିବା ପାଇଁ ଚୀନ ଆରମ୍ଭରୁ ହିଁ ଉହାନରେ ଦମନ ନୀତି ଧରିଥିଲେ ବୋଲି କୁହାଯାଇଛି । ଗୋଷ୍ଠୀ ସଂକ୍ରମଣ ସମୟରେ ପ୍ରତିଦିନ ଉହାନରେ ୫ ଶହରୁ ୧ ହଜାର ଲୋକଙ୍କ ମୃତ୍ୟୁ ହେଉଥିଲା ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ