ଉହାଲକ୍ଷ୍ମୀଙ୍କ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୀଳାଦ୍ରି ବିହାର ସେକ୍ଟର ୧ ଏଟିଏମ ଛକ ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ମା ଧନଗାତ୍ରୀ ମହାଲକ୍ଷ୍ମୀଙ୍କ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ଶୁକ୍ରବାର ଦିନ ଅଙ୍କୁରାରୋପଣ, ଶନିବାର କଳସ ଯାତ୍ରା, ଶାଲା ପ୍ରବେଶ ଓ ଅଗ୍ନିସ୍ଥାପନ, ରବିବାର ସୂର୍ଯ୍ୟପୂଜା, ଘଟମଣ୍ଡଳାଦି ପୂଜା, ମହାସ୍ନାନ, ଚଣ୍ଡୀ ଆହୁତି ଓ ଶୟନ, ସୋମବାର ଦିନ ସୂର୍ଯ୍ୟପୂଜା, ଘଟମଣ୍ଡଳାଦି ପୂଜା, ବିଗ୍ରହନ୍ୟାସ, ଗୀତା ଓ ଶତରୁଦ୍ର ଆହୁତି, ପୂର୍ଣ୍ଣାହୁତି ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମୀ ବଜାର ବ୍ୟବସାୟୀ ସଂଘ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଯୋଗଦାନ କରି ଦର୍ଶନ ଲାଭ କରିବା ସହିତ ମାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବଜାର ସଂଘର ସଭାପତି ତାରକ ମହାନ୍ତି, ସମ୍ପାଦକ ତାପସ କୁମାର ସାହୁ, ସଂଯୋଜକ ସୁଶାନ୍ତ ନାୟକ, ମୁଖ୍ୟ ଉପଦେଷ୍ଟା ପ୍ରିୟଦର୍ଶୀ ଅମରେଶ ଷଡଙ୍ଗୀ ଓ ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ ।