ରକ୍ତଚନ୍ଦନ କାଠ ଜବତ,୩ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ  ପ୍ରସାଦ ପଣ୍ଡା) –  ଗଜପତି ଜିଲା  ଗାରବନ୍ଧ ଥାନା ଅନ୍ତର୍ଗତ ଲାବଣ୍ୟଗଡ ଗ୍ରାମ ନିକଟରେ ରବିବାର ସକାଳୁ ଏକ ପଇଡ ବୋଝେଇ ମିନି ଟ୍ରକରୁ  ରକ୍ତ ଚନ୍ଦନ କାଠ ବନ ବିଭାଗ ଦ୍ୱାରା ଜବତ ହୋଇଛି ।  ସମ୍ପୃକ୍ତଗାଡି ଓ କାଠକୁ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗତ ସେପ୍ଟମ୍ବର ୧୮ ତାରିଖ ଦିନ ଗଣ୍ଡାହାତୀ ବିଟ୍ ଅଧିନସ୍ଥ ମୁନିଙ୍ଗାବାଡ ଗ୍ରାମ ନିକଟ ଜଙ୍ଗଲରୁ କୌଣସି ଦୁବୃତ ମାନେ ଦୁଇଗୋଟି ରକ୍ତ ଚନ୍ଦନ ଗଛ କାଟି ନେଇଥିବାବେଳେ ବନ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଜାରି ରହିଥିଲା । ସେହି କାଠ ଗୁଡିକ ଓଡିଶା ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ସୀମାନ୍ତ ସାନଧୁରୁ ଗ୍ରାମ ନିକଟରେ ଗୋପନରେ ରଖାଯାଇଥିବା ଜାଣି ତାହା ଉପରେ ବିଭାଗ ପକ୍ଷରୁ ତୀକ୍ଷଣ ଦୃଷ୍ଟି ରଖାଯାଇଥିଲା । କାଠ ମାଫିଆ ମାନେ ଶନିବାର ସେହି କାଠ ଗୁଡିକୁ ଏକ ପଇଡ ବୋଝେଇ ମିନି ଟ୍ରକ ଭିତରେ ରଖି ଚାଲାଣ କରିବାକୁ  ପ୍ରସ୍ତୁତି ହେଉଥିବା ଯାଣିପାରି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ବିବେକ କୁମାର ତ୍ୟାଗୀଙ୍କ ନିର୍ଦ୍ଦେଶ କ୍ରମେ ନାରାୟଣପୁର ରେଞ୍ଜର ଅଧିକାରୀ କିବିନ ପରିଚ୍ଛାଙ୍କ ନେତୃତ୍ୱରେ ଫରେଷ୍ଟର ସନ୍ତୋଷ ରଥ, ପୂର୍ଣ୍ଣ ଗୌଡ, ସନ୍ତୋଷ ସାହୁ, ପିତର ଶବର, ପ୍ରଦୀପ ଚୌଧୁରୀ, ପ୍ରସାଦ ନାୟକ ପ୍ରମୁଖ କର୍ମଚାରୀମାନେ ଉକ୍ତ ଗାଡିକୁ ଜାଲ ବିଛାଇ ଛକିବସିଥିଲେ । ଶନିବାର ବିଳମ୍ବିତ ରାତ୍ରରେ ପଇଡ ଓ ୫ଖଣ୍ଡ ରକ୍ତ ଚନ୍ଦନ କାଠ ଯାହାର ପରିମାଣ ପ୍ରାୟ ୨୦୦କେଜି ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୬ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଚାଲାଣ ହେଉଥିବା ମିନି ଟ୍ରକ ନଂ ଏମ୍‌ପି୦୭ ଜିଏ ୫୫୭୮ ବୋଲି ଜଣାପଡିଛି । ଏଥିରେ ଦୁଇଜଣ ମାଫିଆ ମୋଟର ସାଇକେଲରେ ଖସି ପଳାଇଥିବାର ସକ୍ଷମ ହୋଇଥିବାବେଳେ ମଧ୍ୟପ୍ରଦେଶର ଗୋଲିଆର ଗ୍ରାମର ଡ୍ରାଇଭର ବିକାଶ ଯାଦବ(୩୨), ହେଲପର ଅଭିଶେକ ମାଝୀ(୧୯) ଉତ୍ତର ପ୍ରଦେଶ ବେଟା ଜିଲାର ଅଲ୍ଲିଗଞ୍ଜ ଗ୍ରାମର ମହମ୍ମଦ ଆଶିଫ(୪୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାଯାଇଛି । ଏହି ର‌୍ୟାକେଟରେ ଅନ୍ୟକିଛି ଲୋକଙ୍କ ସମ୍ପୃକ୍ତି ରହିଥିବାର ଅନୁମାନ କରାଯାଉଛି ଏବଂ ସେମାନଙ୍କୁ ଅତିଶିଘ୍ର  ଗିରଫ କରାଯିବ ବୋଲି ରେଞ୍ଜ ଅଧିକାରୀ ଶ୍ରୀ ପରିଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ