ଋକ୍ତଦାନ କ୍ଷେତ୍ରରେ ଜାଭିୟର ହାଇସ୍କୁଲ ପୁରସ୍କୃତ

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍): ହାଟଡିହି ବ୍ଳକ ଚଣ୍ଡୀବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲକୁ ରକ୍ତଦାନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଆନନ୍ଦପୁର ରକ୍ତଭଣ୍ଡାର ପକ୍ଷରୁ ପୁରସ୍କୃତ କରାଯାଇଛି । କ୍ରମାଗତ ୫ବର୍ଷ ଧରି ରକ୍ତଦାନ ଶିବିର କରି ରକ୍ତଦାନ କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିବା ସହ ଜନସେୁତନତା ସୃଷ୍ଟି କରିପାରି ଥିବାରୁ ରକ୍ତ ଭଣ୍ଡାର ପକ୍ଷରୁ ସମ୍ମାନୀତ କରାଯାଇଛି । ଏଥିପାଇଁ ଆୟୋଜିତ ଉତ୍ସବରେ ରକ୍ତଭଣ୍ଡାରର ଡାକ୍ତର ବେଞ୍ଜାମିନି ସିରକାଙ୍କ ଠାରୁ ସେଣ୍ଟଜାଭିୟର ହାଇସ୍କୁଲର ପରିଚାଳନା କମିଟି ସଭାପତି ଉଦୟନାଥ କର ଉପାଧ୍ୟକ୍ଷ ଗୋଲେଖ ବିହାରୀ ସାହୁ ଟ୍ରଫି ଗ୍ରହଣ କରିଥିଲେ । ଏଥିରେ ଆନନ୍ଦପୁର ରକ୍ତଭଣ୍ଡାର ପରିଚାଳନା କମିଟିର ସଦସ୍ୟ କିଶୋର ଆଚାର୍ଯ୍ୟ, ସାମ୍ବାଦିକ ବିକାଶ ବିଶ୍ୱାଳ, ଅମୀୟ କୁମାର ବରାଳ, ଆମ ପୁଲିସ ସଦସ୍ୟ ସୁଧାଶୁଂ ଦକ୍ଷିଣରାୟ, ଏଲଟି ଦେବରାଜ ସାହୁ, ସୁଦର୍ଶନ ବେହେରା,ଷ୍ଟାଫ ନର୍ସ ମମତା ଜେନା, ଡି. ଇ.ଓ ଅଶୋକ ସୁରଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ