ଋକ୍ତ ଭଣ୍ଡାର ପରିସର ସଫେଇ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇରହିଥିଲା । ରକ୍ତ ଭଣ୍ଡାର ପରିସରରେ ଥିବା ଆବର୍ଜନାକୁ ରବିବାର ଦିନ ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠୁବନ୍ଧ) ,ମାରୱାଡି ମହିଳା ସମିତି ,ନେଚର ଲଭର୍ସ ଓଡିଶା ,ବକ୍ସିଂ ଓଡିଶା ଓ ରକ୍ତ ଭଣ୍ଡାର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପରିସରକୁ ସଫା ସୁତରା କରାଯାଇଥିଲା । ସୂଚନା ଅନୁଯାୟୀ ଦୀର୍ଘ ଏକ ମାସ ହେଲା ରକ୍ତ ଭଣ୍ଡାରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଛି । ରକ୍ତ ଭଣ୍ଡାରକୁ ଆସୁଥିବା ସ୍ୱେଚ୍ଛାସେବୀ ଭାଇ ମାନେ ପରିସରକୁ ସଫାସୁତରା କରିବା ପାଇଁ ମନସ୍ତ କରିଥିଲେ । ଆଜି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ୫୦ ରୁ ଉଦ୍ଧ୍ୱର୍ କର୍ମଚାରୀ ଏହି ସଫେଇ କାର୍ଯ୍ୟରେ ଲାଗିଥିଲେ । ସଫେଇରେ ପ୍ରାୟ ସାତ ଟ୍ରାକ୍ଟର ଆବର୍ଜନା ବାହାରିଥିଲା। ଏହି କାର‌୍ୟ୍ୟକ୍ରମରେ ବ୍ରହ୍ମପୁର ରେଞ୍ଜର ଏ.ରାଜାରାଓ ସୁବୁଦ୍ଧି ,ଡା.ରଶ୍ମିତା ପାଣିଗ୍ରାହୀ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ,ସଂପାଦକ ଏମ୍.ଦିଲ୍ଲିପ୍ କୁମାର,ପରିଷଦର ସଭାପତି ସାଗର କୁମାର ପାତ୍ର ,ସଂପାଦକ ବିଜେନ୍ଦ୍ର ମାଝି, ବନମାଳୀ ପ୍ରଧାନ,ସନିଆ ଗୈଡ,ଦିପକ ପାତ୍ର,ମହିଳା ସମିତିର ସଂପାଦିକା ରୁବି ଖେମାଣୀ,ସ୍ନେହା ବାଗାଡିଆ,ବକ୍ସିଂ ଓଡିଶାର ସଂପାଦକ କବିରାଜ ଗୈ।ଡ,ମହାତ୍ମା ହେଲ୍ପିଂ ହ୍ୟାଣ୍ଡ ର ଏମ୍.ଭେଙ୍କଟ ରାମାଣା, ଧର୍ମରାଜ ପାତ୍ର, ସର୍ପ ଉଦ୍ଧାରକାରୀ ଭି.ରାମା ପାତ୍ର ,ଓ ନେଚର୍ସ ଲଭର୍ସ ଓଡିଶା ର ଆବାହକ ଶ୍ରୀନିବାସ ରାଜନ ଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ