ଋଗୁଣ ପତ୍ନିଙ୍କ ସେବା ପାଇଁ ଅର୍ଥ ବାଧକ, ସହାୟତା ପ୍ରାର୍ଥନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମର ଜଣେ ଗରୀବ ଶ୍ରେଣୀର ମହିଳା ଋଗୁଣ ହୋଇପଡିଛନ୍ତି । ତାଙ୍କ ସେବାପାଇଁ ଅର୍ଥ ବାଧକ ସାଜିଥିବାର ଜଣାପଡିଛି । ଏନେଇ ତାଙ୍କ ପତି ସହାୟତା ପାଇଁ ନିବେଦନ କରିଛନ୍ତି । ସୂଚନା ପ୍ରକାରେ ଗାରବନ୍ଧ ଗ୍ରାମର ସୁବାଷ ଜାନୀ ଜଣେ ପମ୍ପ ଡ୍ରାଇଭର ଭାବେ ପଞ୍ଚାୟତ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି । ତାଙ୍କର ଧର୍ମପତ୍ନି ମୋହିନୀ ଜାନୀ (୪୮)ଙ୍କ ଗତ ମାର୍ଚ୍ଚମାସରେ ମସ୍ତିଷ୍କଘାତ (ବ୍ରେନ ହେମ୍ବ୍ରେଜ)ର ଶିକାର ହୋଇ ସମ୍ପୂର୍ଣ୍ଣ ସଂଜ୍ଞାହୀନ ହୋଇପଡି ରହିଛନ୍ତି । ବିଏସ୍‌କେୱାଇ କାର୍ଡ ରହିଛି । ମସ୍ତିଷ୍କାଘାତ ଚିକିତ୍ସା ନିମନ୍ତେ ଆନ୍ଧ୍ରର ବିଶାଖାପାଟଣା ଠାରେ ଥିବା ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ବିଏସ୍‌କେୱାଇ କାର୍ଡ ମାଧ୍ୟମରେ ଚିକିତ୍ସାପାଇଁ ଅନୁରୋଧ କରିଥିଲେ । ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଉଲ୍ଲେଖିତ କାର୍ଡ କେବଳ ଅସ୍ତ୍ରପ୍ରଚାରରେ ହିଁ ବ୍ୟବହୃତ ହେବ ଏବଂ ଆପଣଙ୍କ ସ୍ତ୍ରୀଙ୍କ ଅସ୍ତ୍ରପ୍ରଚାର ହୋଇପାରିବ ନାହିଁ । ଏକ ବର୍ଷ ଛଅ ମାସ ପର୍ଯ୍ୟନ୍ତ ଏପରି ରହିବ । କେବଳ ଫିଜିଓଥିଅରଫି ହିଁ ଏକମାତ୍ର ଚିକିତ୍ସା ବୋଲି କହିବା ସହ ଏକ ବର୍ଷ ଛଅ ମାସ ପରେ ଦେଖିବା ବୋଲି କହି ପଠାଇଦେଇଥିଲେ । ଋଗୁଣ ପତ୍ନୀଙ୍କୁ ଗାରବନ୍ଧ ସ୍ଥିତ ନିଜ ବାସଭବନକୁ ନେଇ ଆସିବା ପରେ ତାଙ୍କର ଆବଶ୍ୟକ ସେବା କରୁଛନ୍ତି ସୁବାଷଙ୍କ ପରିବାର । ହେଲେ ଔଷଧ କ୍ରୟ କରିବା, କିମ୍ବା ତାଙ୍କର ଅନ୍ୟାନ୍ୟ ସେବା କରିବାପାଇଁ ହାତରେ ଟଙ୍କା ନାହିଁ ବୋଲି ଭାବବିହ୍ୱଳ ହୋଇ କହିଛନ୍ତି । ମାସିକ ଦରମା କେବଳ ଦୁଇ ହଜାର ଟଙ୍କା ମିଳୁଥିବା ବେଳେ ଖବର କାଗଜ ବଣ୍ଟନ କରି ୯ଶହ ଟଙ୍କା ଉପାର୍ଜନ କରୁଥିଲେ । ହେଲେ ପତ୍ନୀଙ୍କ ଏପରି ଅବସ୍ଥା ଦେଖି ଖବରକାଗ ବାଣ୍ଟିବା ବନ୍ଧ କରିଦେଇଛନ୍ତି । ଦିବା ରାତ୍ର ନିଜ ପତ୍ନୀ ତଥା ପରିବାର ପ୍ରତିପୋଷଣ ପାଇଁ ଲାଗିପଡିଛନ୍ତି । ଏପଟେ ରୋଗଗ୍ରସ୍ତ ପତ୍ନି ସାଙ୍ଗକୁ ଦୁଇ ପଢୁଆ ଝିଅ ରହିଛନ୍ତି । ବଡ ଝିଅ ଡିଗ୍ରୀ କରି ବେକାର ହୋଇ ରହିଥିବା ବେଳେ ସାନ ଝିଅ ମାର୍ଚ୍ଚରେ ମାଙ୍କ ଦେହ ଅସୁସ୍ଥତା ଦେଖି +୨ ପରୀକ୍ଷା ଦେଇପାରିଲାନି । ଫଳରେ ତାଙ୍କର ପାଠ ପଢାରେ ଏକପ୍ରକାର ଅନିଶ୍ଚତା ହୋଇପଡିଛି । ତାଙ୍କର ସେବାରେ ଲାଗିପଡିଛନ୍ତି ଦୁଇ ଝିଅ ଏବଂ ସୁବାଷ । ଗୋଟିଏ ପଟେ ଅସୁସ୍ଥ ପତ୍ନୀ ଆଉ ଗୋଟେ ପଟେ ପରିବାର ପ୍ରତିପୋଷଣ କରିବା ଚିନ୍ତା ଘାରିଛି । ଏପରି ସ୍ଥଳେ ସେ ସରକାରୀ ସହାୟତା ଲୋଡିଛନ୍ତି । ପତ୍ନିଙ୍କ ସେବା ତଥା ଆବଶ୍ୟକୀୟ ଔଷଧ କିମ୍ବା ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବାପାଇଁ ମୁସ୍କିଲ ହୋଇପଡୁଛି ବୋଲି କହିଛନ୍ତି ସୁବାଷ । ତେଣୁ କୌଣସି ସ୍ଥରେ ମଧ୍ୟ ସହାୟତା ମିଳିଗଲେ ପତ୍ନୀଙ୍କ ସେବା କରିବା ଏବଂ ସୁସ୍ଥ ହେଲେ ହସଖୁସିରେ ପୁଣି ଦିନ କଟାଇବୁ ବୋଲି ଆଶାବନ୍ଧିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ