ଋଣଗ୍ରସ୍ତ ଏୟାର ଇଣ୍ଡିଆର ପୁନରୁଦ୍ଧାର ଲାଗି ସରକାରଙ୍କ ସହାୟତା

ଭୁବନେଶ୍ୱର,(ୱାଇଏନ୍ଏସ୍): କ୍ଷତିରେ ଚାଲୁଥିବା ଓ ଋଣଗ୍ରସ୍ତ ଏୟାର ଇଣ୍ଡିଆର ପୁନରୁଦ୍ଧାର ଲାଗି  ସରକାର ଚଳିତ ଆର୍ଥିକ ବର୍ଷରେ ୮୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ । ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି । ସୂଚନା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆକୁ ୮୧୦.୨୩  କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ। ଏହା ବ୍ୟତୀତ ଏୟାର ଇଣ୍ଡିଆ ଆସେଟ୍ସ ହୋଲଡିଂ ଲିମିଟେଡକୁ ୨୨୦୫ କୋଟି ଟଙ୍କା ଅନୁଦାନ ମଧ୍ୟ ଦିଆଯିବ । ଏହା ବ୍ୟତୀତ ଚଳିତ ଆର୍ଥିକ ବର୍ଷରେ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଯଥା ‘ଉଡ଼ାନ’ ପାଇଁ ୩୯୫.୧୭ କୋଟି ଟଙ୍କା ଅନୁଦାନର ବ୍ୟବସ୍ଥା କରାଯାଇଛି । ଛୋଟ ସହରଗୁଡ଼ିକୁ ବିମାନ ନେଟୱାର୍କ ସହିତ ସଂଯୋଗ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା । ଦୂରତା ଅନୁଯାୟୀ ସରକାର ସର୍ବାଧିକ ଭଡା ସ୍ଥିର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ