ଋଣ କରେଇ ଦେବା ନା ରେ ଠକେଇ ମାମଲା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ଚିଟଫଣ୍ଡ ଠକେଇ ମାମଲାରେ ଓଡ଼ିଶାର ଜନତାଙ୍କର ଅର୍ଥନୀତି ଭୁଷୁଡି ଯାଇଥିଲା । ଏପର୍ଯ୍ୟନ୍ତ ଏହି ଘା’ର ପୂଜା ଶୁଖି ନାହିଁ । ତଥାପି ଲୋକେ ଚେତୁ ନାହାନ୍ତି।ଚିଟଫଣ୍ଡ ଦଲାଲ ମାନେ ନୂଆ ରୂପରେ ବର୍ତ୍ତମାନ ଲୋକଙ୍କୁ ଠକି ଚାଲିଛନ୍ତି ।ଅଭାବୀ ଗ୍ରସ୍ତ ଲୋକଙ୍କର ଅସହାୟର ସୁଯୋଗ, ଲକ୍ ଡାଉନ୍ ଫାଇଦା ନେଇ ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଦଲାଲମାନେ ସକ୍ରିୟ ହୋଇ ପଡିଛନ୍ତି ।ଜନୈକ ମୁତହୁତ ଫାଇନାନ୍ସ କମ୍ପାନୀର ବ୍ରାଞ୍ଚ ମେନେଜର କହି ଲୋକଙ୍କ ଠାରୁ ରୁଣ କରେଇ ଦେବା ନାମରେ ତିରିଂ,ଗୋରୁମହିଷାଣୀ,ବିଜାତଳା, ବିଶୋଇ ଅଂଚଳରେ ୧୨୫ରୁ ଉର୍ଦ୍ଧ୍ବ ନିରିହ ଆଦିବାସୀଙ୍କ ଠାରୁ ବୀମା ବାବଦକୁ ୨୦୭୦ ଟଙ୍କା ଆଦାୟ କରି ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ।ରୁଣ ବିଳମ୍ବ ନେଇ ଦୁଇ ଜଣ ଗତ ୮ତାରିଖ ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ଏକ ମାମଲା ୬୭/୨୦ରୁଜୁ ହୋଇଥିଲା । ଏହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଛାନଭିନ କରି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସେହି ଠକ୍ ଦଲାଲମାନେ ହେଲେ ବିଜାତଳା ବ୍ଲକର ରାୟହରି ପଞ୍ଚାୟତର ପବିତ୍ର ପାତ୍ର ଏବଂ ଆନ୍ତଃ ପଞ୍ଚାୟତର ବଡାମତଳିଆ ଗ୍ରାମର କହ୍ନାଇ ହାଁସଦା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ