ଋଣ ପ୍ରଦାନରେ ଅବହେଳା କରୁଛି ବ୍ୟାଙ୍କ, ସାଧାରଣ ରେ ଜନ ଅସନ୍ତୋଷ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କୋଭିଡ୍ ସମୟରେ ଭାରତର ଅର୍ଥନୀତି କ୍ଷୀପ୍ର ଗତିରେ ପ୍ରଗତି କରିବା ପାଇଁ ଏକ ନୂତନ ଭାରତ ବର୍ଷ ତିଆରି କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାସ୍ତାବିତ ବିଭିନ୍ନ ଆର୍ଥିକ ସାହାର୍ୟ୍ୟ ଯୋଜନା କାର୍ୟ୍ୟକାରୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ବିଭିନ୍ନ ଉଦ୍ୟୋଗ ଜନିତ ବ୍ୟାପାର ଏବଂ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ତମ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାରୀ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । କିନ୍ତୁ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ ମାନେ ଉକ୍ତ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ଏବଂ ଯୁବପିଢୀଙ୍କ ନୂତନ ବ୍ୟବସାୟିକ ସଂସ୍ଥା କରିବାର ଚେଷ୍ଟାରେ ବାଧକ ସାଜିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଛତ୍ରପୁର ବ୍ୟାଙ୍କ ଅଫ୍ ବରୋଦା ଶାଖାର ଶାଖା ପରିଚାଳକ । ଦୀର୍ଘ ଦିନ ଧରି ଉକ୍ତ ବ୍ୟାଙ୍କର ଆବେଦନକାରୀ ମାନଙ୍କୁ ସେମାନଙ୍କ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ସେମାନଙ୍କୁ ନିରାଶ ହେବାକୁ ପଡୁଛି । ଉକ୍ତ ହିତାଧିକାରୀ ମାନଙ୍କ ମଧ୍ୟରୁ ଜଣେ ଏମଏସଏମଇ ଯୋଜନାରେ ଏବଂ ଅନ୍ୟ ଜଣେ ପିଏମଇଜିପି ଯୋଜନାରେ ଡିଆଇସି ବ୍ରହ୍ମପୁର ଠାରୁ ଅନୁମତି ପାଇବା ସତ୍ତ୍ୱେ ଉକ୍ତ ବ୍ୟାଙ୍କର ଅଧିକାରୀ ଋଣ ଦେବାରେ ଅସମର୍ଥ ପ୍ରକାଶ କରିଛନ୍ତି । ଏହି ସମସ୍ୟାକୁ ଦୁଇ ଜଣ ହିତାଧିକାରୀ ସରକାରୀ ଅଫିସ୍ ଯଥା- ଆରବିଆଇ, ବ୍ୟାଙ୍କିଙ୍ଗ ଅମ୍ବୁସେନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଇତ୍ୟାଦିଙ୍କୁ ଏ ସଂପର୍କରେ ଅଭିଯୋଗ ଜଣାଇଛନ୍ତି ।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ବ୍ୟବସାୟ ମାନଙ୍କ ପାଇଁ ଜିଲ୍ଲାପାଳ ବାରମ୍ବାର ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ନେଇ ବୈଠକ କରି ପରିଚାଳକ ମାନଙ୍କୁ ତାଗିଦ୍ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଋଣ ପ୍ରଦାନରେ ତତ୍ପରତା ନ ଦେଖାଇଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଉଛନ୍ତି । ତଥାପି ଖୋଦ୍ ଗଞ୍ଜାମ ଜିଲ୍ଲାରେ ଏହାକୁ ବ୍ୟାଙ୍କ ପରିଚାଳକ ମାନେ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି । ପ୍ରଶାସନ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।


