ଋତଙ୍ଗ ପଂଚାୟତରେ ମହିଳା ମେଟ୍ ଚୟନରେ ଅନିୟମିତତା ନେଇ ବିଡିଓଙ୍କୁ ଅଭିଯୋଗ କଲେ ପ୍ରାର୍ଥିନିି
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ରତଙ୍ଗ ପଂଚାୟତରେ ହୋଇଥିବା ମହିଳା ମେଟ୍ ଚୟନରେ ଅନିୟମିତତା ହୋଇଥିବା ନେଇ ଆଜି ରତଙ୍ଗ ପଂଚାୟତ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମର ବବିତା ମଲ୍ଲିକ ନାମକ ଜଣେ ପ୍ରାର୍ଥିନି ଫିରିଙ୍ଗିଆ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାପୁର୍ବରୁ ସେ ରତଙ୍ଗର ସରପଂଚଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ତାହା ସରପଂଚଙ୍କ ଦ୍ୱାରା ସମାଧାନ ନହେବାରୁ ସେ ବିଡିଓଙ୍କୁ ଜଣାଇଛନ୍ତି । ସେ କରିଥିବା ଅଭିଯୋଗ ଅନୁସାରେ ଗତ ୦୯.୦୯.୨୦୨୦ ତାରିଖରେ ପଂଚୟାତରେ ହେବାକୁ ଥିବା ମହିଳା ମେଟ ପଦବୀ ପାଇଁ ଆବେଦନ କରିଥିଲେ । ସେ କହିବା ଅନୁସାରେ ତାଙ୍କ ନାମ ସେତେବେଳେ ପ୍ରଥମ ସ୍ଥାନରେ ଥିବା ସେ ଜାଣିପାରିଥିଲେ । ତେବେ ଗତ ୧୬ ତାରିଖରେ ଚୟନ ବେଳେ ୱାର୍ଡମେମ୍ବର ଏବଂ ମୋବିଲାଇଜର ତାଙ୍କୁ କିମ୍ବା ଗ୍ରାମର ଆଉ କାହାକୁ ଏହି ବାବଦରେ ନ ଜଣାଇ ମନଇଛା ନିଷ୍ପତି ନେବା ସହିତ ଏହି ମେଟ ପୟନ ପ୍ରକ୍ରିୟାରେ ଅନ୍ୟମାନଙ୍କୁ ମନଇଛା ଚୟନ କରିଥିଲେ । ସେଥିପାଇଁ ସେ ଆଜି ବିଡିଓଙ୍କୁ ଏହି ବାବଦରେ ଡଙ୍ଗରପଡା ଗ୍ରାମର ଇନ୍ଦ୍ରବାତୀ ମଲ୍ଲିକ,ରଶ୍ମିତା ମଲ୍ଲିକ,ଅରୁଣ କୁମାର ପ୍ରଧାନ,ସୁବାସଚନ୍ଦ୍ର ମଲ୍ଲିକ,ମୃତ୍ୟୁଞ୍ଜୟ ମଲ୍ଲିକ,ଦିଲିପ କୁମାର ମଲ୍ଲିକ,ଦିବ୍ୟଲୋଚନ ମଲ୍ଲିକ,ସୁଜିତ ମଲ୍ଲିକଙ୍କ ସମେତ ଅନେକ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।