ଋଦ୍ଦୀଶ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର, (ଅଭିଷେକ ତ୍ରିପାଠୀ):କୁଜଙ୍ଗ ବ୍ଲକ ଅଧୀନ ଗରେଇ ପଞ୍ଚାୟତ ଲଥାଙ୍ଗ ଗ୍ରାମରେ ଋଦ୍ଦୀଶ ଆଚାର୍ଯ୍ୟଙ୍କ ଶ୍ରାଦ୍ଧ ଦିବସ ଅବସରରେ ଟ୍ରଷ୍ଟ ତରଫରୁ ବାର୍ଷିକ ଉତ୍ସବ ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ପବିତ୍ର କୁମାର କର ସଭାପତିତ୍ବରେ ରେ ସଭା ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ସମ୍ପାଦକ ଦୀପକ କୁମାର ରାଜଗୁରୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ଏରସମାର ବରିଷ୍ଠ ଆଇନଜୀବି ବୀରନାରାୟଣ ପାତ୍ର, ପୋତାନଇର ପୂର୍ବତନ ସରପଂଚ ବ୍ରଜ ମହାରାଜା , ସାମ୍ବାଦିକ ତଥା ଆଇନଜୀବି ଟୁକନ ଚରଣ ସେଠୀ, ଶିକ୍ଷାବିତ ହିମାଂଶୁ ଶେଖର ସାହୁ, ସାମ୍ବାଦିକ ବିଭୂତି ଭୂଷଣ ଦାଶ ପ୍ରମୁଖ ଯୋଗ ଦେଇ ଋଦ୍ଦୀଶଙ୍କ ଗୁଣାବଳି ସହିତ ଅଳ୍ପ ବୟସରେ ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।ପରିଶେଷରେ ଗରେଇ ଉଚ୍ଚ ବିଦ୍ୟାଳୟ ଓ ଉ.ପ୍ରା ବିଦ୍ୟାଳୟର ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର ଛାତ୍ରୀ ଏବଂ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନର ଶ୍ରେଷ୍ଠ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନିରଦ କୁମାର ଆଚାର୍ଯ୍ୟ,ଗୁରୁଚରଣ ଦାସ,ଶରତ ନାୟକ,କ୍ଷିରୋଦ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ