ଋଷିକୁଲ୍ୟା ଟି୨୦ କ୍ରିକେଟ ଆସିକା କୁ ହରାଇ ବଡ଼ଗଡ଼ ବିଜୟୀ

ସୋରଡା,(ରଜନୀ କାନ୍ତ ମହାପାତ୍ର): ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଳବ ଦ୍ୱାରା ସ୍ଥାନୀୟ ମିନିଷ୍ଟାଡିଅମ ରେ ଅୟୋଜିତ ୧୨ ତମ ଋଷିକୁଲ୍ୟା ଟି୨୦ ଟୁର୍ଣାମେଣ୍ଟରେ ଆଜିର ଦିବସ ଖେଳରେ ବଡଗଡ଼ ପ୍ରିନ୍ସ କ୍ରିକେଟ କ୍ଲବ ଆସିକା ପାୱାର କ୍ରିକେଟ କ୍ଲବ କୁ ହରାଇ ବିଜୟୀ ହୋଇଛି । ଆଜିର ଖେଳରେ ବଡଗଡ଼ ପ୍ରଥମେ ଟସ ଜିତିବେ ଟିଙ୍ଗ କରିବା ପାଇଁ ନିଷ୍ପତ୍ତି ନେବା ସହ ୨୦ ଓଭର ଖେଳି ୯ବିକେଟ ବିନିମୟରେ ୨୦୪ ରନ ସଂଗ୍ରହ କରିଥିଲା ।ଏହାର ଜବାବରେ ଆସିକା ଦଳ ୨୦ ଓଭର ଖେଳି ୯ବିକେଟ ହରାଇ ପରାସ୍ତ ହୋଇଥିଲା ।ବଡଗଡ଼ ଦଳର ଶ୍ରୀକାନ୍ତ ୫୦ରନ ବ୍ୟକ୍ତିଗତ ରନ ସଂଗ୍ରହ କରିବା ସହ ବୋଲିଂ କରି ୩କିବିକେଟ ନେବାରେ ସଫଳ ହୋଇଥିଲେ । ଆଜିର ଦିବସରେ ମୁଖ୍ୟଅତିଥି ସୋରଡାର କ୍ରୀଡା ବିତତ ଥାନଗର କଂଗ୍ରେସ ସଭାପତି ଜିତେନ୍ଦ୍ର କୁମାର ପାଣ୍ଡେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶ୍ରୀକାନ୍ତ କୁ ଶ୍ରେଷ୍ଠ ଖେଳାଳି ଭାବେ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଆଜିର ଖେଳ କୁ ଶିବ ମହାରଣା ଓ ବଳିଆ ବିଶୋଇ ଅମ୍ପାଇଁରିଂ କରିଥିବାବେଳେ ସ୍କୋରର ଥିଲେ ବିନାୟକ ପଣ୍ଡା ଓ ପୁନିଆ ପାତ୍ର । ଧାରା ବିବରଣୀ ପ୍ରଦାନ କରିଥିଲେ ଦୁର୍ଗାପ୍ରସାଦ ପାଣିଗ୍ରାହୀ ଓ ବିଧୁଭୂଷଣ ଦାସ । ଆସନ୍ତା କାଲି ଆୟୋଜକ ଘରୋଇ ଋଷିକୂଲ୍ୟା କ୍ରିକେଟ କ୍ଲବ ଓ ଭଞ୍ଜନଗର ମଧ୍ୟରେ ଅନୁଷ୍ଠିତ ହେବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ