ଋଷିକୁଲ୍ୟା ଟି୨୦ କ୍ରିକେଟ ବ୍ରହ୍ମପୁର କୁ ହରାଇ କାଟୁ ବିଜୟୀ

ସୋରଡା,(ରଜନୀ କାନ୍ତ ମହାପାତ୍ର):  ସୋରଡା ଋଷିକୁଲ୍ ୟାକ୍ରିକେଟ କ୍ଲବ ଦ୍ୱାରା ସ୍ଥାନୀୟ ମିନିଷ୍ଟାଡିୟମ ରେ ଆୟୋଜିତ ୧୨ତମ ଋଷିକୁଲ୍ୟା ଟି ୨୦ କ୍ରିକେଟ ଟୁର୍ଣାମେଣ୍ଟ ର ଦ୍ବିତୀୟ ଦିବସ ଖେଳ ବ୍ରହ୍ମପୁର ୧୫ ଅଗଷ୍ଟ ଓ ରୋୟାଲ କ୍ରିକେଟ କ୍ଲବ ହିଞ୍ଜଳିକାଟୁ ମଧ୍ୟରେ ଅନୁଷ୍ଠିତ ହେଇଥିବା ବେଳେ ପ୍ରଥମେ ହିଞ୍ଜଳିକାଟୁ ଦଳ ଟସ ଜିତି ପ୍ରଥମେ ବୋଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଵର ରେ ବ୍ରହ୍ମପୁର ୮ ଟି ବିକେଟ ହରାଇ ୨୧୦ ରନ ସଂଗ୍ରହ କରିଥିଲା । ଦଳ ତରଫରୁ ସୁନୀଲ ସର୍ବାଧିକ ୧୦୩ ରନ ବ୍ୟକ୍ତିଗତ ଭାବେ ସଂଗ୍ରହ କରିଥିଲେ । ପ୍ରତୀଯବାଵରେ ହିଞ୍ଜଳିକାଟୁ ମାତ୍ର ୧୬ ଓଭରରେ ୭ ବିକେଟ ହରାଇ ୨୧୧ ରନ ସଂଗ୍ରହ କରି ବିଜୟ ହୋଇଥିଲା ।ଦଳ ତରଫରୁ ବ୍ରିଜେଶ ସର୍ବାଧିକ ୧୦୩ ବ୍ୟକ୍ତିଗତ ରନ ସଂଗ୍ରହ କରି ଦଳକୁ ବିଜୟ ଦେବା ସହ ଆଜିର ଖେଳର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ସୋରଡା ନଗର ବିଜେପି ସଭାପତି ଭିଜଗଦୀଶ ରାଜୁ ଉପସ୍ଥିତ ରହିବା ସହ ବିଜୟୀ କାଟୁ ଦଳକୁ ୨୦୦୧ ଟଙ୍କା ଅର୍ଥ ରାଶି ପ୍ରଦାନ ସହ ଶ୍ରେଷ୍ଠ ଖେଳାଳି ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳ କୁ ସଞ୍ଜୟ କୁମାର ପଣ୍ଡା ଓ ରଜନୀକାନ୍ତ ମହାପାତ୍ର ଅମ୍ପାଇରିଂ କରିଥିବା ବେଳେ ଶ୍ରିତମଦିଗାଲ ଓ ରାଜାମହାପାତ୍ର ସ୍କୋରର ଦାଇତ୍ୱ ତୁଲାଇ ଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ମନୋଜ କୁମାର ମହାପାତ୍ର ଓ ମୋସିନ ଖାଁନ । ଆସନ୍ତାକାଲି ଆସିକା ପାନାସୋନିକ ଓ ବିପିସିସିଚାଟୁଲା ମଧ୍ୟରେ ଆୟୋଜିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ