ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଛତ୍ରପୁର,(ଦେବଦତ୍ତ ମହାରଣା): ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୋଧରେ ଆଜି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଚାଷୀ ସଙ୍ଗଠନ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମହାସଭା ର ଚାଷୀ ମାନେ ଗଣ ଧାରଣାରେ ବସିଛନ୍ତି । ମହାସଭାର ସମ୍ପାଦକ ସୀମାଚଂଳ ନାହାକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ମହାସଭାର ଉପଦେଷ୍ଟା ରବି ରଥ, ଏଚଏମଏସର ନେତା ରାଜେନ୍ଦ୍ର ପ୍ରସାଦ ଦାଶ, ଆଇନଜୀବୀ ପର୍ଶୁରାମ ଗୌଡ଼, ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ପରିଡ଼ା, ଯୁବନେତା ସପନ ନାହାକ, କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଅମିନ ଖାଁ, ବହୁଜନ କ୍ରାନ୍ତି ମୋର୍ଚ୍ଚାର ସୁମା ଦାସ, ଚାଷୀ ନେତା ପ୍ରଭାତ ପାଣିଗ୍ରାହୀ, କେଂଚୁ ଗୌଡ଼ଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ ।