ଋଷିକୂଲ୍ୟା କ୍ରିକେଟ କ୍ଳବ, ସୋରଡ଼ା ୨ ୱିକେଟରେ ବିଜୟୀ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ରବିବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଚତୁର୍ଥ ଦିବସ ୧୫ ଅଗଷ୍ଟ କ୍ରିକେଟ କ୍ଳବ, ବ୍ରହ୍ମପୁର ଓ ଋଷିକୂଲ୍ୟା କ୍ରିକେଟ କ୍ଳବ, ସୋରଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ୧୫ ଅଗଷ୍ଟ କ୍ରିକେଟ କ୍ଳବ, ବ୍ରହ୍ମପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୭.୫ ଓଭରରେ ସମସ୍ତ ୱିକେଟ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ସୋରଡ଼ା ଦଳ ୧୯.୩ ଓଭରରେ ୮ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଦଳ ପକ୍ଷରୁ ବିଭୂ ପାଣିଗ୍ରାହୀ ୩୨ ବଲରୁ ଧୁଆଁଧାର ୬୨ ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ହିରୋ ସୋ ରୁମର ନିର୍ଦ୍ଦେଶକ ସନ୍ତୋଷ କୁମାର ସାବତ ଯୋଗଦେଇ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ଓ ନିଶିକାନ୍ତ ପଣ୍ଡା ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ରୁଦ୍ର ପାଣିଗ୍ରାହୀ ଓ ବ୍ରିଜେଶ ମହାରଣା ଦାୟିତ୍ୱ ନିର୍ବାହ କରିଥିଲେ । ଦିପକ ମୁନି, ଜିନେଶ ପାଣିଗ୍ରାହୀ, ପ୍ରବିଣ ଦାଶ, ଓମ ପାଢି, ସୁମନ୍ତ ପୋଲାଇ, ପ୍ରଶାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।