ଋଷିକୂଲ୍ୟା ଟି୨୦ କ୍ରିକେଟ;ସୋରଡା ଆର ସି ସି ସେମିଫାଇନଲ ରେ

ସୋରଡା,(ରଜନୀ କାନ୍ତ ମହାପାତ୍ର): ଋଷିକୂଲ୍ୟା କ୍ରିକେଟ କ୍ଲବ ଦ୍ୱାରା ଅୟୋଜିତ ୧୨ତମ ଋଷିକୂଲ୍ୟା ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅନ୍ତିମ କ୍ୱାର୍ଟର ଫାଇନାଲରେ ଘରୋଇ ଋଷିକୂଲ୍ୟା କ୍ରିକେଟ କ୍ଲ ବମୁଜାଗଡ଼କୁ ୬ ବିକେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।ଟସ ଜିତି ପ୍ରଥମେ ମୁଜାଗଡ଼ ବେଟିଂ କରିବା ପାଇଁ ନିଷ୍ପତ୍ତି ନେବା ସହ ୨୦ ଓଭରରେ ୭ ବିକେଟ ବିନିମୟରେ ୧୭୩ରନ ସଂଗ୍ରହ କରିଥିଲା ।ଏହାର ଜବାବରେ ଋଷିକୁଲ୍ୟା କ୍ରିକେଟ କ୍ଲବ ୪ବିକେଟ ବିନିମୟରେ ୧୮ ଓଭର ଖେଳି ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ଘରୋଇ ଆର ସି ସି ତରଫରୁ ନବ କିଶୋର ସେଠି ୨୭ଟି ବଲର ସମୁଖୀନ୍ନ ହେଇ ଧୂଆଁ ଧାର ୭୫ ରନ ସଂଗ୍ରହ କରିଥିଲେ ।ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ନବଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା ।ମୁଖ୍ୟ ଅତିଥି ଭାବେ ବଜାର ବଣିକ ସଙ୍ଘ ସଭାପତି ଶିବ ଶଙ୍କର ପଣ୍ଡା ଯୋଗ ଦେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ନବ କିଶୋର ସେଠିଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।ଆଜି ଖେଳକୁ ଚିନ୍ମୟ କୁମାର ସାହୁ ଓ ବଳିଆ ବିଷୋୟୀ ଅମ୍ପାଇଁରିଂ କରି ପରିଚାଳନା କରିଥିବା ବେଳେ ଶ୍ରିତମ ଦିଗାଲ ସ୍କୋରର ଓ ଧାରା ବିବରଣୀ ପ୍ରଦାନ କରିଥିଲେ ବିଧୁଭୂଷଣ ଦାସ ଓ ସଞ୍ଜୟ କୁମାର ପଣ୍ଡା ।ଆସନ୍ତା କାଲିର ପ୍ରଥମ ସେମିଫାଇନାଲ ଆସିକା ଅମରନାଥ ସହ ଚେରମାରିୟା ମଧ୍ୟରେ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ