ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ ବେଳେ 

ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲାର ଋଷିକୂଲ୍ୟା ନଦୀର ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା । ପ୍ରଶାସନ ନ ଶୁଣିବାରୁ ଶେଷରେ ଗ୍ରାମବାସୀ ବେଆଇନ ଭାବେ ଛତ୍ରପୁର ଥାନା ଗୋବା ଗ୍ରାମରୁ  ଗତକାଲି ବିଳମ୍ବିତ ରାତିରେ ବାଲି ଧରି ଯାଉଥିବା ବେଳେ ଦୁଇ ଗାଡ଼ିକୁ ଧରିଥିଲେ । ଖବରପାଇ ଛତ୍ରପୁର ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଋଷିକୂଲ୍ୟା ନଦୀଘାଟରୁ ରାତି ସମୟରେ ବେଆଇନ ଭାବେ ବାଲି ଆନ୍ଧ୍ର ଯାଉଥିବା ନେଇ ବହୁବାର  ଅଭିଯୋଗ ହୋଇଥିଲେ ହେଁ ଏଯାବତ୍‌ ବାଲି ମାଫିଆଙ୍କର ମୁଖ୍ୟ କିଏ ଟେର ପାଉନି ପୋଲିସ କିମ୍ବା ଜିଲା ପ୍ରଶାସନ । ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି l ଅନ୍ୟପକ୍ଷ ରେ  ଅଧିକାରୀ ମାନେ ରାଜସ୍ୱ କମ ନିଜସ୍ୱ  ବେଶୀ ଆଦାୟ କରୁଥିବା ନେଇ ବୃଦ୍ଧିଜୀବି ମାନେ ମତରଖିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ