ଋଷିକୂଲ୍ୟା ରୟତ ମହାସଭାର ଜରୁରୀ ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ସହର ନିକଟ ବାଲିଘାଇ ସ୍ଥିତ ରାମେଶ୍ୱର ଶୈବପୀଠ ପରିସରରେ ରବିବାର ଦିନ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଲଘୁଚାପଜନିତ ବର୍ଷାରେ ଚାଷୀଙ୍କ ଧାନ ଫସଲ କ୍ଷତି ସମସ୍ୟାକୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଋଷିକୂଲ୍ୟା ରୟତ ମହାସଭାର ସଭାପତି ସତ୍ୟବାନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତି ହୋଇଥିବା ଧାନ ଫସଲ ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଆଗାମୀ ମଙ୍ଗଳବାର ଦିନ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଦାବିପତ୍ର ପ୍ରଦାନ ପରେ ପ୍ରଶାସନ ୭ଦିନ ଭିତରେ ସହାୟତା ପ୍ରଦାନ ଲାଗି କୌଣସି ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ ନକରନ୍ତି ,ତାହେଲେ ପୋଲସରା ଅଞ୍ଚଳର ସମସ୍ତ ଚାଷୀ ଏକତ୍ରିତ ହୋଇ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ମହାସଭାର ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ଋଷିକୂଲ୍ୟା ରୟତ ମହାସଭାର ଉପ ସଭାପତି ଦୁଖୀଶ୍ୟାମ ପ୍ରଧାନ, ସମ୍ପାଦକ ଶଙ୍କର ଡାକୁଆ, ସହ ସମ୍ପାଦକ ଜ୍ୟୋତିର୍ମୟ ଦାସ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଦାସ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ